Sun. Oct 4th, 2026

ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

323 Views

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଲେ କୋରୋଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତୋସିଫ ରାଜା ଓ ମହମ୍ମଦ ସୋଏବ ଅଖତର।

ଗଣେଶ ପୂଜା ଦିନ ନିଜ ଜୀବନକୁ ବାଜି ଲଗାଇ ଜଣେ ପାଞ୍ଚ ବର୍ଷର ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁର ପେଟରୁ ପାଣି ବାହାର କରିବା ପରେ ତାଙ୍କୁ ଘରେ ଛାଡ଼ି ଦେଇଥିଲେ। ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ସାରା ରାଜ୍ୟରୁ ପ୍ରଶଂସାରୁ ସୁଅ ଛୁଟିବା ପରେ ମୁଖ୍ୟମନ୍ତ୍ରୀ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

By amfnews

Related Post