Tue. May 14th, 2024

ଦୁଇ ଦିନ ପ୍ରବଳ ବର୍ଷିବ, ସତର୍କ କଲା ଜାତୀୟ ପାଣିପାଗ କେନ୍ଦ୍ର

mailmesatisbiswal@gmail.com' By Satish Biswal Aug 20, 2018 #Featured
156 Views

ଭୁବନେଶ୍ୱର, ଅଗଷ୍ଟ ୨୦:

ଚାରୋଟି ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା । ଓଡିଶା ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷିବା ନେଇ ସତର୍କ କରିଛି ପାଣିପାଗ ବିଭାଗ  । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏହି ଚାରୋଟି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି।

ସୂଚନା ଅନୁଯାୟୀ, ଆଜି ଏବଂ କାଲି ଏହି ସମସ୍ତ ରାଜ୍ୟରେ ବର୍ଷା ତାଣ୍ଡବ କରିବା ସମ୍ଭାବନା ରହିଛି । ଦୁଇ ଦିନ ପରେ କିଛି ସ୍ଥାନରେ ହାଲକା ବର୍ଷା ହେବା ନେଇ ସୂଚନା ମିଳିଛି । ଲଘୁଚାପ ହେତୁ ପବନର ବେଗ ମଧ୍ୟ ଘଂଟା ପ୍ରତି ୭୦ରୁ ୮୦ କିମି ରହିବ  । ଏହି ଦିନମାନଙ୍କରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛି ଜାତୀୟ ପାଣିପାଗ କେନ୍ଦ୍ର ।

Related Post