Sat. May 16th, 2026

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

179 Views

ନରସିଂହପୁର :  କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗାଁ ମଧ୍ୟରେ ଆଜି ସକାଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।

ମୃତକ ହେଲେ ଶ୍ରୀଧର ସାମଲ(୪୪)। ତାଙ୍କ ଘର ସାଗର ଗାଁରେ। ଆହତମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଦ୍ୱୟ ହେଲେ ହରିହର ବେହେରା (୫୪) ଓ ସଦାନନ୍ଦ ପ୍ରଧାନ। ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ଏହି ଦୁଇ ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ କିଛି ଦିନ ହେବ ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ଏହି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା।

 

By amfnews

Related Post