Sat. Aug 1st, 2026

ଦୁଇ କନେଷ୍ଟବଳ ମିଶିକି ପିଟିପିଟି ମାରି ଦେଲେ ଡ୍ରାଇଭରକୁ , କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ

258 Views

ମୁମ୍ବାଇ, ନଭେମ୍ବର, ୬ : ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଦୁଇଜଣ ପୁଲିସ କନେଷ୍ଟବଳ ଜଣେ ଟ୍ରାକ୍ଟର ଡ୍ରାଇଭରକୁ ପିଟି ପିଟି ମାରି ଦେଇଥିବା ଭଳି ଏକ ଭୟାନକ ଘଟଣା ଆଲୋଡନ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ ଜଣେ ଟ୍ରାକ୍ଟର ଡ୍ରାଇଭର ଅତି ଉଚ୍ଚ ସ୍ୱରରେ ସଙ୍ଗୀତ ବଜାଇ ବଜାଇ ଟ୍ରାକ୍ଟର ଚଳାଉଥିଲେ। ଏହାର ସ୍ୱର ଅତ୍ୟନ୍ତ କର୍କଶ ଥିଲା। ଏହି ଡ୍ରାଇଭରଙ୍କ ନାମ ହେଲା ପ୍ରଦୀପ କୁଟେ। ତାଙ୍କର ବୟସ ୨୮ ବର୍ଷ। ସେ ସନ୍ଧ୍ୟାରେ ନିଜର ଗାଆଁରୁ ଟ୍ରାକ୍ଟରରେ ଚିନି ନେଇ ଯାଉଥିଲେ। ସାନେଗାଓଁ ନିକଟରେ ଥିବା ପୁଲିସ ଫାଣ୍ଡି ପାଖରେ ଡ୍ରାଇଭର ପ୍ରଦୀପକୁ ଦୁଇ ଜଣ ପୋଲିସ କନେଷ୍ଟବଳ ଅଟକାଇଥିଲେ। ଏ ଦୁହିଁଙ୍କ ନାଆଁ ହେଲା ଦଶରଥ କୁମ୍ଭାର ଓ ଦୀପକ କ୍ଷୀର ସାଗର।
ଦଶରଥ ଓ ଦୀପକ ପ୍ରଦୀପକୁ କାହିଁକି ଏତେ ଜୋର ଆବାଜ୍‌ରେ ଗୀତ ବଜାଉଛ ବୋଲି ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ବାକ୍‌ ବିତଣ୍ଡା ହୋଇଥିଲା। ଏହାପରେ ଦୁଇ କନେଷ୍ଟବଳ ଉତ୍‌କ୍ଷିପ୍ତ ହୋଇ ଡ୍ରାଇଭର ପ୍ରଦୀପକୁ ଲାଠିରେ ପିଟିବାକୁ ଲାଗିଲେ। ଏହାପରେ ପ୍ରଦୀପ ଅଚେତ ହୋଇଗଲା।

ଏ ଖବର ପାଇବା ପରେ ପ୍ରଦୀପର ଘରଲୋକେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରଦୀପର ମୃତ୍ୟୁ ହୋଇସାରିଥିଲା। ଏହାପରେ ଗ୍ରାମବାସୀମାନେ ପ୍ରଦୀପର ଶବକୁ ଧରି ଥାନା ଘେରାଉ କରିଥିଲେ। ତା’ପରେ ବରିଷ୍ଠ ପୁଲିସ ଅଧିକାରୀ ଚାପଗ୍ରସ୍ତ ହୋଇ ଅଭିଯୁକ୍ତ କନେଷ୍ଟବଳ ଦୀପକ ଓ କ୍ଷୀରସାଗରଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି।

By amfnews

Related Post