Tue. Aug 4th, 2026

ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ ରାହୁଳ ଗାନ୍ଧୀ

520 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରବିବାର ଦିନ ସମ୍ମତି ପ୍ରଦାନ କରିଥିବା କଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଜଣାଇଛନ୍ତି। ଉତ୍ତର ପ୍ରଦେଶର ଆମେଥି ଏବଂ କେରଳର ଓ୍ଵାୟାନାଡ଼ରୁ ସେ ନିର୍ବାଚନ ଲଢ଼ିବେ।

ସମ୍ପ୍ରତି କଂଗ୍ରେସ ମୁଖ୍ୟ ଆମେିଥି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଅଛନ୍ତି। ଏଥର ମଧ୍ୟ ସେ ସେହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଥିଲା। କିନ୍ତୁ, ଦକ୍ଷିଣ ଭାରତର କେତେକ କଂଗ୍ରେସ ନେତା ନିକଟ ଅତୀତରେ ତାଙ୍କୁ ସେମାନଙ୍କ ଅଞ୍ଚଳରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। ଏହାଦ୍ୱାରା ଦଳର ସ୍ଥିତି ମଜଭୁତ ହେବ ବୋଲି ସେମାନେ ଦାବି କରିଥିଲେ।

ଗତ ସପ୍ତାହରେ କେରଳ କଂଗ୍ରେସ କମିଟି ମୁଖ୍ୟ ମୁଲ୍ଲାପାଲ୍ଲୀ ରାମଚନ୍ଦ୍ରନ କହିଥିଲେ, ରାହୁଳ ଗାନ୍ଧୀ ଉତ୍ତର କେରଳର ଓ୍ଵାୟାନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପାରନ୍ତି। ଆମେ କିଛି ଦିନ ହେବ ତାଙ୍କୁ ଏ ବିଷୟରେ ଅନୁରୋଧ କରି ଆସୁଥିଲୁ। ମାର୍ଚ ପ୍ରଥମ ସପ୍ତାହରେ ସେ ରାଜ୍ୟକୁ ଆସିଥିବା ବେଳେ ଆମେ ପୁଣି ସେ କଥା ତାଙ୍କୁ ମନେପକାଇ ଦେଇଥିଲୁ। ଏ ବିଷୟରେ ସେ ସକାରାତ୍ମକ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେ କଥା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

By amfnews

Related Post