Sun. Sep 13th, 2026

ଦୀର୍ଘ ୧୦ ମାସ ପରେ ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ତାରିଣୀ ମା’

273 Views

କେନ୍ଦୁଝର, ଜାନୁଆରୀ ୧୮ : କରୋନା କଟକଣା ମଧ୍ୟରେ ଦୀର୍ଘ ୧୦ ମାସ ପରେ ଆଜି ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ତାରିଣୀଙ୍କ ପୀଠ ଖୋଲିଛି। ସର୍ବସାଧାରଣଙ୍କ ଦର୍ଶନକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଆଜି ସକାଳ ୮ଟାରୁ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।

ପ୍ରଥମେ ପୂଜକଙ୍କ ପରିବାର ଓ ପରେ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନର ଅନୁମତି ମିଳିଛି। ହେଲେ ମନ୍ଦିରରେ ଭୋଗ ଲାଗିକୁ ବାରଣ କରାଯାଇଛି। ସେହିପରି ବେଢ଼ା ପରିସର ଭିତରେ କେବଳ ୨୫ରୁ ୩୦ ଜଣଙ୍କ ଭକ୍ତ ରହିବାକୁ ଗାଇଡଲାଇନରେ ସୂଚନା ଜାରି ହୋଇଛି।

ଭକ୍ତଙ୍କ ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା, ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବା ସହିତ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି ପୋଲିସ ଏସଡିପିଓ ନିଜେ ଉପସ୍ଥିତ ରହି ଭକ୍ତଙ୍କ ଦର୍ଶନ କାର୍ଯ୍ୟର ତଦାରଖ କରୁଛନ୍ତି।

By amfnews

Related Post