Sat. Jul 25th, 2026

ଦୀପ ଉତ୍ସବ ପାଇଁ ହଳଦିଆ ରଙ୍ଗରେ ସଜେଇ ହେବ ଅଯୋଧ୍ୟା

274 Views

ଅଯୋଧ୍ୟା : ଦୀପାବଳି ଅବସରରେ ଅଯୋଧ୍ୟାରେ ଦୀପ ଉତ୍ସବ ପାଳନ ହୋଇଥାଏ। ଚଳିତ ବର୍ଷ ଦୀପ ଉତ୍ସବରେ ଆଉ ସାରା ଅଯୋଧ୍ୟା ଗେରୁଆ ରଙ୍ଗରେ ସଜେଇ ହେବନାହିଁ। ଦୀପ ଉତ୍ସବ ପାଇଁ ସମଗ୍ର ଅଯୋଧ୍ୟାକୁ ହଳଦିଆ ରଙ୍ଗରେ ସଜେଇବାକୁ ନିଷ୍ପତ୍ତି ହୋଇଛି।

ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସର୍ମ୍ପରେ ଘୋଷଣା କରାଯାଇଛି। ଶ୍ରୀରାମ ହସ୍ପିଟାଲ ଠାରୁ ନୟାଘାଟ ଯାଏ ଦୀପାବଳି ବେଳେ ଦୀପ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ସମଗ୍ର ଅଞ୍ଚଳକୁ ହଳଦିଆ ରଙ୍ଗରେ ରଙ୍ଗାୟିତ କରାଯିବ।

ଫୈଜାବାଦ ଡିଭିଜନ କମିଶନର ମନୋଜ ମିଶ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ଥିବା ସମସ୍ତ ବିଲଡିଂକୁ ଗୋଟିଏ ରଙ୍ଗରେ ସଜେଇବାକୁ ନିଷ୍ପତ୍ତି ହୋଇଛି। ସମଗ୍ର ଅଞ୍ଚଳ ଯେମିତି ସୁନ୍ଦର ଦେଖାଯିବ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଁ ଯାଇଛି।

ଗେରୁଆ ରଙ୍ଗ ବଦଳରେ ସବୁ କୋଠାବାଡ଼ିରେ ହାଲୁକା ହଳଦିଆ ରଙ୍ଗ ଲାଗିବ। ଗତବର୍ଷ ଦୀପାବଳି ବେଳେ ସ୍ୱର୍ଗଦ୍ୱାର ମନ୍ଦିରକୁ ଆମେ ହାଲୁକା ହଳଦିଆ ରଙ୍ଗରେ ପେଣ୍ଟ କରାଇଥିଲୁ। ଅଯୋଧ୍ୟା ଓ ଫୈଜାବାଦ ନଗର ନିଗମକୁ ରଙ୍ଗ ଦେବାର ଦାୟିତ୍ୱ ହସ୍ତାନ୍ତର କରାଯାଇଛି।”

 

By amfnews

Related Post