Tue. Sep 15th, 2026

ଦୀପାବଳି ଓ ଛଟ୍‌ ଉପଲକ୍ଷେ ଯାତ୍ରୀ ଭଡ଼ା କମାଇଲେ ରେଳମନ୍ତ୍ରୀ

243 Views

ନୂଆଦିଲ୍ଲୀ, ନଭେମ୍ବର ୦୧: ଦୀପାବଳି ଏବଂ ଛଟ୍‌ ଗହଳି ପୂର୍ବରୁ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ନିମନ୍ତେ ରେଳବାଇ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋୟାଲ୍‌ ବୁଧବାର ଦିନ ଫ୍ଲେକ୍ସି-ଫେୟାର୍‌ ସ୍କିମ୍‌ରେ ପରିବର୍ତ୍ତନ କରି ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ ଏବଂ ହମ୍‌ସଫର ଆଦି ଟ୍ରେନ୍‌ର ଭଡ଼ା କମ୍‌ କରାଇବା ନିମନ୍ତେ ଉପାୟ କରିଛନ୍ତି।

ସଂଶୋଧିତ ଯୋଜନାରେ ୧୫ଟି ଟ୍ରେନ୍‌ରୁ ‘ଡାଇନାମିକ୍‌ ପ୍ରାଇସିଙ୍ଗ୍‌’ ଉଠାଇ ଦିଆଯିବ ଏବଂ ଅନ୍ୟ ୩୨ ଟ୍ରେନ୍‌ରେ ‘ଲିନ୍‌ ମନ୍ଥ୍‌ସ୍‌’ ଫେବ୍ରୁଆରି, ମାର୍ଚ ଏବଂ ଅଗଷ୍ଟ ନିମନ୍ତେ ବାତିଲ୍‌ କରାଯିବ।

ଏହି ଯୋଜନା ଅଧୀନରେ ବାକି ୧୦୧ ଟି ଟ୍ରେନ୍‌ରେ ପୂର୍ବରୁ ଥିବା ଯାତ୍ରୀ ଭଡ଼ାର ଡାଇନାମିକ୍‌ ପ୍ରାଇସିଙ୍ଗ୍‌ର ସିଲିଙ୍ଗ୍‌କୁ ମଧ୍ୟ ନୂତନ ଯୋଜନା ୧. ୪ କମାଇ ଦେବା ସହ ଯାତ୍ରାର ଚାରିଦିନ ପୂର୍ବ ଯାଏଁ ଲାଷ୍ଟ୍‍ ମିନିଟ୍‌ ବୁକିଙ୍ଗ୍‌ ଉପରେ ୨୦% ରିହାତି ଦେଉଛି। ଏବେଠାରୁ ‘ହମ୍‌ସଫର’ ଟ୍ରେନ୍‌ରେ ମଧ୍ୟ ରିହାତି ମିଳିବ।

ଯାତ୍ରୀମାନେ ଅପେକ୍ଷାକୃତ ଶସ୍ତାରେ ଟିକିଟ୍‌ କାଟି ଦେଖି ଏଭଳି ପଦକ୍ଷେପକୁ ଗୋୟାଲ୍‌ ‘ଉଇନ୍‌-ଉଇନ୍‌ ସିଚୁଏସନ୍‌’ କହିଛନ୍ତି। ରେଳବାଇ ମଧ୍ୟ ଟ୍ରେନ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ଚାହିଦା ଦେଖୁଛି।

By amfnews

Related Post