Fri. Oct 2nd, 2026

ଦୀପାବଳିରେ ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼

223 Views

ଭୁବନେଶ୍ୱର, ନଭେମ୍ବର ୮: ଦୀପାବଳିରେ ରାଜଧାନୀରେ ଛୁରାମାଡ଼। ବାଣ ଦେବା ନେବାକୁ ନେଇ ଭୁବନେଶ୍ୱର ବିଜେବି ନଗର ମହିଷାଖାଲରେ ଏହି ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ଅଶୋକ ବେହୁରା। ଆକ୍ରମଣକାରୀଙ୍କ ନାଁ ଅର୍ଜୁନ ବେହେରା।

ମିଳିଥିବା ସୂଚନା ଅନୁସାରେ, ବାଣ ଦେବା ନେବାକୁ ନେଇ ଅଶୋକ ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅର୍ଜୁନ ଅଶୋକଙ୍କୁ ଛୁରାମାଡ଼ କରିଥିଲେ।ଅଶୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଡ଼ଗଡ଼ ପୁଲିସ୍‌ ଅର୍ଜୁନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

By amfnews

Related Post