Sat. Sep 26th, 2026

ଦିଲ୍ଲୀ ପରେ ଆଉ ପାଞ୍ଚଟି ରାଜ୍ୟ ଲକ୍‌ଡାଉନ୍‌ ବଢ଼ାଇବାକୁ ଆଗ୍ରହୀ

497 Views

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ମେ ୧୬ଯାଏଁ ଲକ୍‌ଡାଉନ୍ ଜାରି ରହୁ ବୋଲି ଦିଲ୍ଲୀ ସରକାର କହିବାର ଦିନକ ପରେ ଆଉ ପାଞ୍ଚଟି ରାଜ୍ୟ ଲକ୍‌ଡାଉନ୍ ବଢ଼ାଇବାକୁ ଆଗ୍ରହ ଦେଖାଇଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଓଡ଼ିଶା ସେମାନଙ୍କର ହଟ୍‌ସ୍ପଟ୍ ଅଞ୍ଚଳରେ ମେ ୩ ପରେ ମଧ୍ୟ ଲକ୍‌ଡାଉନ୍ ବଳବତ୍ତର ରଖିବାକୁ ଚାହୁଁଛନ୍ତି।

ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ହରିୟାଣା, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ଆଦି ୬ଟି ରାଜ୍ୟ କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁସରଣ କରିବେ ବୋଲି କହିଛନ୍ତି। ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଭିଡିଓ କନ୍‌ଫେରନ୍‌ସିଙ୍ଗ୍ ଶେଷ ହେବା ପରେ ପରବର୍ତ୍ତୀ ପଦକ୍ଷେପ କଥା ଆସାମ, କେରଳ ଏବଂ ବିହାର ଗ୍ରହଣ କରିବେ ବୋଲି କହିଛନ୍ତି।

ତେଲେଙ୍ଗାନା ହେଉଛି ଏକମାତ୍ର ରାଜ୍ୟ ଯିଏ ମେ ୭ ତାରିଖ ଯାଏଁ ଲକ୍‌ଡାଉନ୍ ବଢ଼ାଇବାକୁ ଘୋଷଣା କରିସାରିଛି।

ଦିଲ୍ଲୀ ସରକାରଙ୍କର କୋଭିଡ୍-୧୯ ସଂଗ୍ରାମ କମିଟିର ଅଧ୍ୟକ୍ଷ ଡାକ୍ତର ‌ଏସ୍ କେ ସରିନ୍ ଶନିବାର ଦିନ କହିଛନ୍ତି ଯେ ଭାରତରେ ତଥାପି ମହାମାରୀ ରେଖା ଆରୋହଣମୁଖୀ ରହିଛି। କଟକଣା କୋହଳ କରିବା ଅର୍ଥ ସଂକ୍ରମଣ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବହୁଗୁଣ ହୋଇଯିବ। ଏହାଛଡ଼ା ଦିଲ୍ଲୀରେ ଗୁଡ଼ାଏ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଥିବାରୁ ଲକ୍‌ଡାଉନ୍ ବଢ଼ାଇବା ବିଜ୍ଞତାର କାମ ହେବ।

By amfnews

Related Post