Sat. Aug 15th, 2026

ଦିଲ୍ଲୀର ପ୍ରଥମ ମହିଳା ଅଟୋ ଚାଳକଙ୍କ ଠାରୁ ୩୦, ୦୦୦ ଲୁଟି ନେଲେ ଜଣେ ପୁରୁଷ ଅଟୋ ଚାଳକ

229 Views

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଥମ ମହିଳା ଅଟୋଚାଳକ ସୁନୀତାଙ୍କ ଠାରୁ ଅନ୍ୟ ଜଣେ ପୁରୁଷ ଅଟୋ ଚାଳକ ସ୍ପଷ୍ଟ ଦିବାଲୋକରେ ୩୦ ହଜାର ଟଙ୍କା ଲୁଟ କରିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ରାଜଧାନୀ ଦିଲ୍ଲୀର ପ୍ରଥମ ମହିଳା ଅଟୋଚାଳକ ସୁନୀତା ଚୌଧୁରୀ ଏକ ଅଟୋରେ ଯାତ୍ରା କରୁଥିବା କରୁଥିବା ବେଳେ ସଂପୃକ୍ତ ଅଟୋର ଚାଳକ ତାଙ୍କର ୩୦ ହଜାର ଟଙ୍କା ଲୁଟି ନେଇଛି। ସୁନୀତା ତାଙ୍କ ପୁରୁଣା ଅଟୋକୁ ବଦଳାଇ ଏକ ନୂତନ ଅଟୋ କିଣିବା ପାଇଁ ତାଙ୍କ ଗାଁରୁ ୩୦ ହଜାର ଟଙ୍କା ଧରି ଦିଲ୍ଲୀ ଆସୁଥିବା ବେଳେ ଗାଜିଆବାଦ ନିକଟରେ ତାଙ୍କ ସହ ଏହି ଅଘଟଣ ଘଟିଛି।

ଉତ୍ତରପ୍ରଦେଶର ମିରଟ ଅଞ୍ଚଳରେ ଥିବା ତାଙ୍କ ଗାଁରୁ ନୁତନ ଅଟୋ କିଣିବା ଉଦ୍ଦେଶ୍ୟରେ ସାଙ୍ଗରେ ୩୦ ହଜାର ଟଙ୍କା ଧରି ସେ ଦିଲ୍ଲୀ ଆସୁଥିଲେ। ମିରଟରୁ ଏକ ବସ୍‌ରେ ଆସି ସୁନୀତା ମୋହନ ନଗରରେ ଓହ୍ଲାଇବା ପରେ ସେଠାରୁ ଏକ ଅଟୋରେ ତାଙ୍କ ଦିଲ୍ଲୀ ଆନନ୍ଦ ବିହାର ସ୍ଥିତ ବାସଭବନ ଯାଉଥିଲେ। ତେବେ, ଅଟୋରେ ସେ ଆନନ୍ଦ ବିହାର ଆସୁଥିବା ବେଳେ ବାଟରେ ସେ ଆସୁଥିବା ଅଟୋର ଚାଳକ ତାଙ୍କ ନିକଟରେ ଥିବା ୩୦ ହଜାର ଟଙ୍କାକୁ ଲୁଟି ନେଇଥିଲେ। ଏ ସଂପର୍କରେ ସୁନୀତା ପୁଳିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post