Mon. Sep 28th, 2026

ଦିଲ୍ଲୀରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ମେଣ୍ଟର ନୂଆ ଫର୍ମୁଲା ବାହାରିଲା !

314 Views

ନୂଆଦିଲ୍ଲୀ:ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍‌) ମଧ୍ୟରେ ମେଣ୍ଟର ନୂଆ ଫର୍ମୁଲା ବାହାରିଥିବା ଚର୍ଚ୍ଚା ହେଉଛି। କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ଯେ ଉଭୟ ଦଳ ଭିତରେ ୩:୩:୧ ଫର୍ମୁଲାରେ ଉଭୟ ଦଳ ଭିତରେ ମେଣ୍ଟ ହେବ। ଏହାର ଅର୍ଥ ହେଲା ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ତିନିଟିରେ କଂଗ୍ରେସ ଓ ତିନିଟିରେ ଆମ ଆଦମି ପାର୍ଟି ଓ ଗୋଟିକରେ ଉଭୟ ଦଳ ଦ୍ୱାରା ମନୋନୀତ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ଉଭୟ ଦଳର ଭୋଟ ବ୍ୟାଙ୍କ୍‌ ଏକା ଭଳି ହୋଇଥିବା ହେତୁ ଏଭଳି ସହମତି ପ୍ରକାଶ ପାଉଥିବା କୁହାଯାଉଛି।

ତେବେ ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ଆସନ ଉପରେ ଉଭୟ ଦଳର ନଜର ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ଛଟପଟ ହେଉଥିବା କୁହାଯାଉଛି। ଏଣେ କଂଗ୍ରେସର ଦିଲ୍ଲୀ ପ୍ରଭାରୀ ପି.ସି ଚାକୋ କହିଛନ୍ତି ଭାରତୀୟ ଜନତା ପାର୍ଟିର ମୁକାବିଲା କରିବା ଲାଗି ଆପ୍‌ ଓ କଂଗ୍ରେସର ମେଣ୍ଟ ଜରୁରୀ।

By amfnews

Related Post