Thu. Aug 13th, 2026

ଦିଲୀପଙ୍କ ପ୍ରତ୍ୟାବର୍ତ୍ତନ, ରାଜନୀତି ଉଷ୍ମ

249 Views

ରାଉରକେଲା, ଜାନୁୟାରୀ ୦୩  : ବିଜେପି ଛାଡିବା ଓ ବିଧାୟକ ପଦରୁ ଇସ୍ତଫା ଦେବାର ମାସକ ପରେ ଆଜି ପୂର୍ବତନ ବିଧାୟକ ଦିଲୀପ ରାୟ ରାଉରକେଲାରେ ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ମଧ୍ୟାହ୍ନ ୧୨ଟାରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ରାଉରକେଲାରେ ଉଷ୍ମ ହୋଇ ଉଠିଛି।

ଏହି ଅବସରରେ ସାମ୍ବାଦିକ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ରାୟ ବ୍ରାହ୍ମଣୀ ନଦୀର ଦ୍ବିତୀୟ ସେତୁ ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ୍ କଲେଜରେ ପରିଣତ କରିବା ସହ ରାଉରକେଲା ସହରର ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ତାଙ୍କର ସଂଘର୍ଷ ଜାରି ରହିବ ବୋଲି କହିଥିଲେ। ନିଜର ରାଜନୈତିକ ନିଷ୍ପତ୍ତି ସମ୍ପର୍କରେ ମତ ରଖି ସେ ଆହୁରି କହି‌ଲେ, ‘‘କେଉଁ ଦଳକୁ ଯିବି ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ବରିଷ୍ଠ ନେତା ବିଜୟ ମହାପାତ୍ର, ସମର୍ଥକଙ୍କ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି।’’

ଅପରପକ୍ଷେ ବିଜେଡିର ରାଜ୍ୟ ସମ୍ପାଦକ ଆନନ୍ଦ ମହାନ୍ତି ଓ ଅନ୍ୟ କେ‌ତେଜଣ ବିଜେଡି ନେତା ଶ୍ରୀ ରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସ୍ଥାନୀୟ ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଛି। ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ହେଉଥିବା ଆଲୋଚନାକୁ ଏହା ଯଥେଷ୍ଟ ଖୋରାକ ଯୋଗାଇ ଦେଇଛି।

By amfnews

Related Post