Fri. May 15th, 2026

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

175 Views

ଉଦଳା  : ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୁଆ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଗତକାଲି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତକୁ ଗତକାଲି ସନ୍ଧ୍ୟାଠୁ ଅଟକ ରଖି ପଚରାଉଚରା କରୁଛି।

ଜୁଲାଇ ୩୧ ତାରିଖରେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ଦେଖି ପଦ୍ମପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧପଡ଼ା ଗାଁର ଜଣେ ଯୁବକ ତାଙ୍କୁ ଘରୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।  ଏନେଇ ଯୁବତୀ ଜଣକ ତାଙ୍କ ମାଆଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଏହି ଭିନ୍ନକ୍ଷମ ଯୁବତୀଙ୍କ ଡାକ୍ତରୀମାଇନା କରିବା ସହ ଘଟଣାର ତଦନ୍ତ କରୁଛି।

By amfnews

Related Post