Tue. Jul 28th, 2026

ଦାରୁଲ୍‌-ଉଲୂମ ଦେଓବନ୍ଦ ଜାରି କଲା ନୂଆ ଫତ୍‌ଓ୍ଵା: ନଖ କାଟିବେନି କି, ନେଲ୍‌ ପଲିସ ବ୍ୟବହାର କରିବେନି ମୁସଲମାନ ମହିଳା

190 Views

ଲକ୍ଷ୍ନୌ, ନଭେମ୍ବର,୫: ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍‌ ପଲିସ୍‌ ବ୍ୟବହାରକୁ ନିଷିଦ୍ଧ କରି ଇସ୍‌ଲାମିକ୍‌ ଦାରୁଲ୍‌ ଉଲୂମ୍‌ ଏକ ନୂତନ ଫତ୍‌ଓ୍ଵା ଜାରି କରିଛି। କିନ୍ତୁ ନଖରେ ମେହେନ୍ଦି ପ୍ରୟୋଗକୁ ନିଷିଦ୍ଧ କରାଯାଇ ନାହିଁ।ଉପରୋକ୍ତ କାର୍ଯ୍ୟ ସବୁ ଅଣଇସ୍‌ଲାମୀୟ ବୋଲି ଦାରୁଲ୍‌ ଉଲୂମ ଦେଓବନ୍ଦର ଘୋଷଣାନାମା ଜାରି କରୁଥିବା ଦାରୁଲ ଇଫ୍‌ତା କହିଛି।ଦାରୁଲ୍‌-ଉଲୂମ୍‌ ଦେଓବନ୍ଦର ସଦସ୍ୟ ମୁଫ୍‌ତି ଇଶ୍ରାର୍‌ ଗୌରା କହିଛନ୍ତି: ଅଣ ଇସ୍‌ଲାମୀୟ ହୋଇଥିବାରୁ ଦାରୁଲ୍‌-ଉଲୂମ୍‌ ଦେଓବନ୍ଦ ମୁସଲମାନ ମହିଳାଙ୍କ ନଖ କଟା ଓ ନେଲ୍‌ ପଲିସ୍‌ ବ୍ୟବହାର କରିବା ଉପରେ ନିଷିଦ୍ଧାଦେଶ ଜାରି କରିଛି।

ବରଂ ମହିଳାମାନେ ସେମାନଙ୍କ ନଖରେ ମେହେନ୍ଦି ଲଗାନ୍ତୁ।ଏହି ଇସ୍‌ଲାମୀୟ ସେମିନାରି ବିଚିତ୍ର ଫତ୍‌ଓ୍ଵା ଜାରି କରିବାରେ ଜଣାଶୁଣା।ଗତବର୍ଷ ଏଇ ସଂଗଠନ ମୁସଲମାନ ମହିଳାଙ୍କୁ ଭ୍ରୂଲତାରୁ ଲୋମ ଉପାଡ଼ି, କାଟି ଠିକ୍‌ ରୂପ ଦେବା ଓ କେଶ କାଟିବାକୁ ନିଷିଦ୍ଧ କରି ଫତ୍‌ଓ୍ଵା ଜାରି କରିଥିଲା।ଭାରତର ଅନ୍ୟତମ ସର୍ବବୃହତ୍‌ ମୁସଲମାନ ସେମିନାରି ଦାରୁଲ୍‌ ଉଲୂମ୍‌ ଦେଓବନ୍ଦ ଉତ୍ତର ପ୍ରଦେଶ ଅନ୍ତର୍ଗତ ଶାହାରଣପୁର ଜିଲ୍ଲାରେ ଅବସ୍ଥିତ।

By amfnews

Related Post