Fri. Jul 3rd, 2026

ଦଶପଲ୍ଲା: ଦୁର୍ଘଟଣାଗ୍ରସ୍ତ ଅହତଙ୍କୁ ଡାକ୍ତରଖାନାକୁ ଆଣିବାକୁ ଗଲାବେଳେ ଟ୍ରକ୍‌ – ଆମ୍ବୁଲାନ୍ସର ଧକ୍କା

322 Views

ଦଶପଲ୍ଲା, ଜାନୁଆରୀ ୨୧ :ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କୁଆଁରିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍‌ ଆରୋହୀଙ୍କୁ ଡାକ୍ତରଖାନାକୁ ଆଣିବାକୁ ଆମ୍ବୁଲାନ୍ସଟି ଯାଉଥିବା ବେଳ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ବେଳେ କୁଆଁରିଆ ଟୋଲ ଗେଟ୍‌ ନିକଟରେ ଜଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ମଧ୍ୟଖଣ୍ଡ ଠାରେ ଥିବା ୧୦୮ ଆମ୍ବୁଲାନ୍ସଟିରେ ୩ ଜଣ କର୍ମଚାରୀ ଆହତଙ୍କୁ ଡାକ୍ତରଖାନାକୁ ଆଣିବାକୁ ଯାଉଥିଲେ। ମାତ୍ର ଆମ୍ବୁଲାନ୍ସଟି କୁଆଁରିଆ ଛକ ନିକଟରେ ପହଞ୍ଚିବାର ଅଳ୍ପ ପୂର୍ବରୁ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀମନେ ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଡାକ୍ତଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ନୟାାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

By amfnews

Related Post