Tue. Sep 29th, 2026

ଦଳୀୟ ପ୍ରାର୍ଥୀ ବିରୋଧରେ ଭୋଟ୍ ଦେବା ପରେ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

258 Views

ଅହମଦାବାଦ : ଗୁଜରାଟ କଂଗ୍ରେସର ଦୁଇ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଳ୍ପେଶ କହିଛନ୍ତି, ଯିଏ ଦେଶକୁ ଆଗକୁ ନେବ ତାଙ୍କୁ  ସେ ଭୋଟ୍ ଦେଇଛନ୍ତି।

କଂଗ୍ରେସରେ ଯୋଗ ଦେଇ ମାନସିକ ଯନ୍ତ୍ରଣା ଛଡ଼ା ଆଉ କିଛି ପାଇ ନାହାନ୍ତି, ଏବେ ସେ ମୁକ୍ତ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ଆଜି ଗୁଜରାଟରେ ଦୁଇ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଛି। ବିଜେପି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଓବିସି ନେତା ଜୁଗଲଜି ଠାକୁରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଚନ୍ଦ୍ରିକା ଚୁଡଶମା ଏବଂ ଗୌରବ ପାଣ୍ଡ୍ୟାଙ୍କୁ ପ୍ରାର୍ଥୀ କରିଛି।

ଭୋଟିଂ ବେଳେ ଇସ୍ତଫା ଦେଇଥିବା ଦୁଇ ବିଧାୟକ ଦଳ ବିରୋଧରେ ଭୋଟିଂ କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଘୋଡ଼ା ବେପାର ଭୟରେ ଭୋଟିଂ ପୂର୍ବରୁ କଂଗ୍ରେସ ୬୦ ବିଧାୟକଙ୍କୁ ନେଇ ଏକ ରିଜର୍ଟରେ ରଖିଥିଲା। ସେମାନଙ୍କ ମଧ୍ୟରେ ଇସ୍ତଫା ଦେଇଥିବା ଏହି ୨ କଂଗ୍ରେସ ବିଧାୟକ ନଥିଲେ।

By amfnews

Related Post