Sat. Jul 25th, 2026
216 Views

ମାଲକାନଗିରି : କରୋନାକୁ ନେଇ ସାରାଦେଶ ଲକ୍‌ଡାଉନ୍‌ ହୋଇଛି। ଦୋକାନବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ କିଛି ଲୋକ ଲକ୍‌ଡାଉନ୍‌କୁ ମାନୁ ନଥିବା ଦେଖିବାକୁ ମିଳିଛି।

ପୁଲିସ୍‌ର ତାଗିଦ୍‌ ସତ୍ତ୍ୱେ ବିନା କିଛି କାମରେ ଗାଡ଼ି ଧରି ରାସ୍ତାରେ ବୁଲୁଛନ୍ତି। ଏଭଳି କିଛି ଅମାନିଆ ଲୋକଙ୍କୁ ଗତକାଲି ରାସ୍ତା ମଝିରେ  ୧୦ଥର ଲେଖାଏ ଦଣ୍ଡ  ମାରିବାକୁ ନିର୍ଦ୍ଦେଶ ଦେଇଥିଲା ମାଲକାନଗିରି ପୁଲିସ୍‌।

ଗତକାଲି ମାଲକାନଗିରି ସଦର ମହକୁମା ସହ ବିଭିନ୍ନ ଛକରେ ପୁଲିସ୍‌  ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି ସମୟରେ କିଛି ଲୋକ ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଦେଖିବାକୁ ମିଳିଥିଲା।

ବାରମ୍ୱାର ପୁଲିସ୍‌ କହିବା ପରେ ମଧ୍ୟ ଯେଉଁ ଗାଡ଼ି ଚାଳକ ରାସ୍ତାରେ ବୁଲୁଥିଲେ ସେମାନଙ୍କୁ ଅଟକାଇ ପଚାରାଉଚରା କରାଯାଇଥିଲା। ଏଥିସହ ରାସ୍ତା ମଝିରେ  ସେମାନଙ୍କୁ ୧୦ଥର ଲେଖାଏ ଦଣ୍ଡ ମାରିବାକୁ କୁହାଯାଇଥିଲା।

By amfnews

Related Post