Sat. May 16th, 2026

ଦକ୍ଷିଣ ରାଉରକେଲା ଯୁବମଞ୍ଚ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍ ରକ୍ତ ସଂଗ୍ରହ

354 Views

ରାଉରକେଲା, ୧୩/୧୧ : ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ଜାରି ରହିଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ଦକ୍ଷିଣ ରାଉରକେଲା ଯୁବ ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଛି । ଟାଙ୍ଗରପାଲୀ ସମାଜ ମଙ୍ଗଳ କେନ୍ଦ୍ର ଠାରେ ଯୁବ ମଞ୍ଚ ସଭାପତି ଅକ୍ଷୟ ପ୍ରହରାଜଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ରାଉରକେଲା ସରକାରୀ ଚିକିତ୍ସାଳୟ ସ୍ଥିତ ଓଡିଶା ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ରାଉରକେଲା ଶାଖାର ସ୍ୱାସ୍ଥ୍ୟ ଅଧିକାରୀ ଓ ସହଯୋଗୀ କର୍ମଚାରୀମାନେ ଯୋଗ ଦେଇ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଶିବିର ସଞ୍ଚାଳନରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ରାଉରକେଲା ଯୁବ ମଞ୍ଚ ସଦସ୍ୟ ଦିଲୀପ ସିଂ, ଘନଶ୍ୟାମ ସାହୁ, ପ୍ରଭାତ କୁମାର ଜେନା, ଜଗନ୍ନାଥ ପାତ୍ର, ରଘୁନାଥ ପାତ୍ର, ରାଜେଶ କୁମାର ପାତ୍ର, ବବଲୁ ସିଂ, ଧିରଜ ସିଂ, ଘନ ଚନ୍ଦ୍ର ମୁଣ୍ଡା, ରଥ ପାତ୍ର, ପ୍ରଦୀପ ଖଣ୍ଡୁଆଳ, ଅଜୟ ନାୟକ, ପକଲୁ ପାତ୍ର, ସୁବାଷ ଜେନା, ବଳରାମ ସେଠୀ, ଭୀମ ବିନ୍ଧାଣୀ, ସୁନୀଲ କୁମାର ସିଂ, ବିବେକ ସିଂ, ରଶ୍ମି ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ବିଜେଡିର ବରିଷ୍ଠ ସଦସ୍ୟ ପିରୁ ଚରଣ ମୁର୍ମୁ ଓ ଜଗଦିଶ ପଣ୍ଡା ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

By amfnews

Related Post