Fri. May 3rd, 2024

ଦକ୍ଷିଣ ଭାରତୀୟ ଫିଲ୍ମରେ ବିଗ୍ ବି : ଚିରଞ୍ଜିବୀଙ୍କ ଫିଲ୍ମରେ ଏପରି ଅନ୍ଦାଜ୍ ରେ ଆସିପାରନ୍ତି ଅମିତାଭ

rout.subhashree22@gmail.com' By Subhashree Rout Mar 31, 2018 #Featured
279 Views

୭୫ ବର୍ଷ ପାର୍ କରି ସାରିଥିଲେ ମଧ୍ୟ ବର୍ତ୍ତମାନର ଆଗଧାଡିର ସୁପରଷ୍ଟାରମାନଙ୍କୁ ଟକ୍କର ଦେଉଛନ୍ତି ବିଗ୍ ବି । ଅମିତାଭ ଯୋଧପୁରରେ ଠଗ୍ସ ଅଫ୍ ହିନ୍ଦୋସ୍ତାନର ଶୁଟିଂ କରିବା ପରେ ଏବେ ଦକ୍ଷିଣ ଭାରତୀୟ ଫିଲ୍ମର ମୋର୍ଚ୍ଚାକୁ ସମ୍ଭାଳିଛନ୍ତି । ଦକ୍ଷିଣ ଭାରତର ସୁପର୍ଷ୍ଟାର ଚିରଞ୍ଜିବୀଙ୍କ ‘ସେ ରା ନରସିମ†ା ରେଡ୍ଡି’ରୁ ବିଗ୍ ବିଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ବିଗ୍ ବି ଏହାର ଶୁଟିଂ ହାଇଦ୍ରାବାଦ୍ରୁ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ନିଜ ଲୁକ୍ ବିଷୟରେ ସୂଚନା ବିଗ୍ ବି ନିଜେ ତାଙ୍କ ବ୍ଲଗ୍ ଜରିଆରେ ଦେଇଛନ୍ତି । ଚିରଞ୍ଜିବୀଙ୍କ ଏହି ଫିଲ୍ମରେ ଅମିତାଭ ଜଣେ ଅତିଥି କଳାକାର ଭୂମିକାରେ ନଜର ଆସିବେ । ଘନ ଲମ୍ବା ଦାଢ଼ି ସହ ନିଜ ଲୁକ୍କୁ ସାର୍ବଜନୀନ କରି ବିଗ୍ ବି ଲେଖିଛନ୍ତି କି ଫିଲ୍ମରେ ଏହା ତାଙ୍କର ଫାଇନାଲ୍ ଲୁକ୍ ନୁହେଁ, ମାତ୍ର ପାଖାପାଖି ଏହିପରି ସେ ନଜର ଆସିପାରନ୍ତି ।

Related Post