Sun. May 19th, 2024

ଥ୍ରିଡି ଇଫେକ୍ଟ ଦେଇ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ

rout.subhashree22@gmail.com' By Subhashree Rout Apr 21, 2018 #Featured
271 Views

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁଣି ବାଲୁକା କଳାରେ ନିଜର କମାଲ୍ ଦେଖାଇଛନ୍ତି । ସୁଦର୍ଶନ ଏବେ ଥ୍ରିଡି ଇଫେକ୍ଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସୁଦର୍ଶନ ପ୍ରଦୂଷଣ ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି । ପରିବେଶ ପ୍ରଦୂଷଣର କୁପରିଣାମ ବାବଦରେ ଲୋକ ସଚେତନ ହୋଇ କିପରି ପରିବେଶ ସୁରକ୍ଷା କରିବେ ତାହା ନିଜ ବାଲୁକା କଳାରେ ସୁଦର୍ଶନ ଜଣାଇଛନ୍ତି । ଏହି ଥ୍ରିଡି ଇଫେକ୍ଟର ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Related Post