Wed. Sep 30th, 2026

ଥାନାରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ

247 Views

ନୂଆଦିଲ୍ଲୀ  : ହରିଆଣାର ଗୁରୁଗ୍ରାମରେ ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଥାନାରେ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତାଙ୍କ ଘର ଆସାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ମହିଳା ଜଣଙ୍କ ଡିଏଲ୍‌ଏଫ୍‌ ସେକ୍ଟର-୧ରେ ଜଣଙ୍କ ଘରେ କାମ କରୁଥିଲେ। ହେଲେ ସେ ଚୋରି କରିଥିବା ନେଇ ମଙ୍ଗଳବାର ଦିନ ଘର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଅଧିକାରୀ ଓ ପୁଲିସ୍‌ ଏଏସ୍‌ଆଇ ତାଙ୍କୁ ଥାନାକୁ ଡାକିଥିଲେ। ପରେ ତାଙ୍କୁ ଏକ ବନ୍ଦ କୋଠରୀରେ ଉଲଗ୍ନ କରି ତାଙ୍କୁ ବେଲକ୍ଟରେ ପିଟିଥିଲେ। ସେ ଚୋରି କରି ନଥିଲେ ମଧ୍ୟ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଜୋରଜବରଦସ୍ତି ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ସଂଗଠନ ଏହାକୁ ନିନ୍ଦା କରିବା ସହିତ ଗୁରୁଗ୍ରାମ୍ ପୁଲିସ୍ କମିଶନର୍‌ଙ୍କ ଅଫିସ୍ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏ ଘଟଣାରେ  ଏଏସ୍‌ଆଇ ମଧୁବାଲା,ଏସ୍‌ଏଚ୍‌ଓ ଶ୍ୱେତ କୁମାର, ହେଡ୍‌ କନ୍‌ଷ୍ଟେବଲ୍‌ ଅନୀଲ କୁମାର ଓ ମହିଳା କନ୍‌ଷ୍ଟେବଲ୍‌ କବିତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post