Thu. Oct 15th, 2026

ଥଣ୍ଡା ଜଳର ପ୍ରୟୋଗଫଳରେ ତ୍ୱଚାର ଏସବୁ ସମସ୍ୟା ଦୂର ହେବ

224 Views

ଥଣ୍ଡା ଜଳ ବା ବରଫ ପାଣି ଆପଣଙ୍କ ତ୍ୱଚାର କେତେକ ସମସ୍ୟା ଦୂର କରି ପାରେ। ଏହା ଆପଣଙ୍କ ତ୍ୱଚାକୁ ମୁଲାୟମ୍‌ କରିବା ସହିତ ସଂକ୍ରମଣରୁ ବି ରକ୍ଷା କରିଥାଏ।

ଯଦି ଆପଣ ସପ୍ତାହରେ ଦୁଇ ଥର ଥଣ୍ଡା ଜଳର ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚା ସଫା ରହିବ। ମୁହଁରେ ବରଫ ଖଣ୍ଡ ଘଷିଲେ ତ୍ୱଚାର ରଙ୍ଗ ସଫା ଲାଗିବ। ତ୍ୱଚା ଉଜ୍ଜ୍ୱଳ ବି ହେବ। ଏଥିପାଇଁ ଆଉ ଆପଣଙ୍କୁ ଫେସଓ୍ଵାସ୍‌ ବା ବିଉଟି କ୍ରିମର ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କ ମୁହଁ କୁଣ୍ଡେଇ ହେଉଛି ବା ମୁହଁରେ ଦାଗ ଅଛି,ତେବେ ଏଥିରୁ ମୁକ୍ତି ପାଇବାର ସବୁଠାରୁ ସରଳ ଓ ସହଜ ଉପାୟ ହେଲା ଦିନରେ ତିନି ଥର ମୁହଁକୁ ଥଣ୍ଡା ଜଳରେ ଧୋଇବା।ଖାଲି ସେତିକି ନୁହେଁ,ଯଦି ମୁହଁରେ କୌଣସି ପ୍ରକାରର ସଂକ୍ରମଣ ହୋଇଥାଏ,ତେବେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଥଣ୍ଡା ଜଳରେ ମୁହଁକୁ ଭଲଭାବେ ପରିଷ୍କାର କରନ୍ତୁ। ସେଥିରେ ଅଳ୍ପ ଗୋଲାପ ଜଳ ବି ମିଶାଇ ଏହି ପ୍ରୟୋଗ କରିପାରନ୍ତି। ଏଭଳି କରିଲେ ମୁହଁରେ ସଂକ୍ରମଣର ଆଶଙ୍କା ରହିବ ନାହିଁ।

By amfnews

Related Post