Thu. Jul 2nd, 2026

ତ୍ୱରିତ ବିମାନ ସେବା ରାଉରକେଲାରେ ଆରମ୍ଭ ପାଇଁ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ବିଧାୟକଙ୍କ ଅନୁରୋଧ

205 Views

ରାଉରକେଲା, ୧୮ା୧୧ : ରାଉରକେଲାରେ ବିମାନ ଚଳାଚଳ ନେଇ ବିଧାୟକ ନିର୍ବାଚିତ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ବିଧାୟକ ଦିଲୀପ ରାୟ ଦିଲ୍ଲୀରେ ଦାବି କରିଆସିଛନ୍ତି । ସିଭିଲ ଏଭିଏସନ ମିନିଷ୍ଟର ଅଶୋକ ଗଜପତିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଦାୟିତ୍ୱରେ ଥିବା ସୁରେଶ ପ୍ରଭୁଙ୍କୁ ମଧ୍ୟ ପ୍ରବର୍ତ୍ତାଇବାରେ ସକ୍ଷମ ହେବା ପରେ ଏଠାରେ ଉଡାନ ସ୍କିମ୍ରେ ବିମାନ ଚଳାଚଳ ପାଇଁ ଏୟାର ଅଥରିଟି ଇଣ୍ଡିଆ ସ୍ୱୀକୃତି ଦେବା ପରେ ଚେକ୍ ଇନ୍ ଚେକ୍ ଆଉଟ୍ ପାଇଁ ଲାଉଂଜ, ସିକ୍ୟୁରିଟି, ଦୈନିକ ଫାୟାର ସର୍ଭିସ ଗାଡି ସିକ୍ୟୁରିଟିର ବ୍ୟବସ୍ଥା କଲା ପରେ ମଧ୍ୟ ବିମାନ ଚଳାଚଳ କରୁନାହିଁ ।

ନବନିର୍ମିତ ଟର୍ମିନାଲ ଅଫିସ୍ ସିକ୍ୟୁରିଟି ବାବଦରେ ରକ୍ଷଣାବେକ୍ଷଣ ଖର୍ଚ୍ଚ କରୁଥିବା ବେଳେ ବିଧାୟକ ଶ୍ରୀ ରାୟ ଏଏଆଇର ଚେୟାରମ୍ୟାନ ଗୁରୁପ୍ରସାଦ ମହାପାତ୍ରଙ୍କୁ ଦିଲ୍ଲୀଠାରେ ସାକ୍ଷାତ କରି ତୁରନ୍ତ ଲାଇସେନ୍ସ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ପ୍ରକାଶଥାଉକି, ୧୦.୫.୨୦୧୮ରେ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା । ଇନିସ୍ପେକ୍ସନ ୨୨.୫.୨୦୧୮ରେ ସରି ଚେନ୍ କାଟାଗୋରି ପାଇଁ ରିପୋର୍ଟ ଦେବା ପରେ ପୁଣି ନୂଆ ଆବେଦନ କରାଯାଇଥିଲା । ୫.୧୦.୨୦୧୮ରେ ଆବଶ୍ୟକୀୟ ଲାଇସେନ୍ସ ଫି ଦାଖଲ ସରିଥିଲେ ସୁଦ୍ଧା ଡିଜିସିଏ ଆର୍ଏସ୍ପିକୁ ଲାଇସେନ୍ସ ଯୋଗାଇ ଦେବାକଥା ।

ମାତ୍ର ଏଥିରେ ବିଳମ୍ବ ହେଉଥିବାରୁ ବିମାନ ସେବା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ବଞ୍ôଚତ ହେଉଥିବା ବିଷୟରେ ବିଧାୟକ ଶ୍ରୀ ରାୟ ଚେୟାରମ୍ୟାନ ଶ୍ରୀ ମହାପାତ୍ରଙ୍କୁ ଜଣାଇଥିଲେ । ଆଲୋଚନା ପରେ ଆସନ୍ତା ସପ୍ତାହକ ମଧ୍ୟରେ ଲାଇସେନ୍ସ ଇସ୍ୟୁ କରିବାକୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ରାୟଙ୍କ ମୁଖପାତ୍ର ରମେଶ ବଳ ଓ ଇରସାଦ ଖାଁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

By amfnews

Related Post