Fri. Jul 3rd, 2026
221 Views

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ବିମାନ ତେଜସରେ ଉଡ଼ିଛନ୍ତି। ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡ଼ିଛନ୍ତି। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ।

ତେଜସ ହେଉଛି ଭାରତୀୟ ବାୟୁସେନା ୪୫ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ନିର୍ମାଣ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ତେଜସ ବିମାନର ଡିଜାଇନ୍ କରିଛନ୍ତି। ତେଜସ ପ୍ରଥମେ ଜାନୁଆରୀ ୪, ୨୦୦୧ରେ ଉଡ଼ାଣ ମାରିଥିଲା । ରାଜନାଥ ସିଂହ ଯେଉଁ ତେଜସରେ ଆଜି ଉଡ଼ାଣ ଭରିଛନ୍ତି ତାହା ୨୦୦୧ ମଡେଲର ଅପଗ୍ରେଡ୍ ଭର୍ସନ।

୨୦୧୭ ଡିସେମ୍ବରରେ ଭାରତୀୟ ବାୟୁସେନା ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ (ହାଲ)କୁ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା। ଏହି ସମସ୍ତ ତେଜସ ବିମାନରୁ ୧୦ଟିରେ ୨ଟି ଲେଖାଏଁ ସିଟ୍ ରହିଛି । ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି ।

By amfnews

Related Post