Wed. Jun 10th, 2026

ତୁରନ୍ତ ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ: ପିଲୋସି

413 Views

ଓ୍ଵାସିଂଟନ୍‌: ତୁରନ୍ତ ଇସ୍ତଫା ନ ଦେଲେ ‘କ୍ୟାପିଟଲ୍‌’ରେ ଗଣ୍ଡଗୋଳ କରିବାକୁ ଉତ୍ତ୍ୟକ୍ତ ଜନତାଙ୍କୁ ମତାଇଥିବା କାରଣରୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌ସ୍‌’ର ବାଚସ୍ପତି ନେନ୍‌ସି ପିଲୋସି କହିଛନ୍ତି।

ନଭେମ୍ବର ୩ ତାରିଖରେ ନିର୍ବାଚନରେ ଟ୍ରମ୍ପ୍‌ ହାରିବା ପରେ ତାଙ୍କ ସ୍ଥାନରେ ଜାନୁଆରି ୨୦ ତାରିଖ ଦିନ ଜୋ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ହେବେ। କିନ୍ତୁ, ନେନ୍‌ସି ପିଲୋସି ଏବଂ ଡେମୋକ୍ରାଟ୍‌ମାନେ କହୁଛନ୍ତି କି, ବୁଧବାର ‘କ୍ୟାପିଟଲ୍‌’ ବିଲ୍‌ଡିଙ୍ଗ୍‌ ଆକ୍ରମଣ ଘଟଣା ଯୋଗୁଁ ଟ୍ରମ୍ପ୍‌ଙ୍କୁ ଅବିଳମ୍ବେ ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯିବା ଉଚିତ।

Image Courtesy of Hindustan Times

ଶୁକ୍ରବାର ଦିନ ଏକ ବିବୃତିରେ ନେନ୍‌ସି ପିଲୋସି କହିଛନ୍ତି, ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବେ ବୋଲି ସଦସ୍ୟମାନଙ୍କର ଆଶା। କିନ୍ତୁ, ଯଦି ସେ ଇସ୍ତଫା ନ ଦିଅନ୍ତି, ତାହେଲେ କଂଗ୍ରେସ ସଦସ୍ୟ ଜେମି ରାସ୍‌କିନ୍‌ସ୍‌ଙ୍କ ୨୫ତମ ସମ୍ବିଧାନ ସଂଶୋଧନ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି କରିବା ସହ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ଲାଗି ମୁଁ ‘ରୁଲ୍‌ସ୍‌ କମିଟି’କୁ ନିର୍ଦେଶ ଦେଇଛି।

By amfnews

Related Post