Tue. Sep 29th, 2026
219 Views

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହର ରଜାପଡାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।  ଦନ୍ତା ଆକ୍ରମଣରେ ଆଜି ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୭୫ ବର୍ଷୀୟ  ଦ୍ୱାରିକାନାଥ ପାଣ୍ଡେ , ତାଙ୍କ ବଡ଼ ପୁଅ ମଲ୍ଲାଇ ପାଣ୍ଡେ ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ।

ଆଜି ଭୋରରୁ ମଲ୍ଲାଇ ଓ ଚିଣ୍ଟୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ  ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ସେମାନଙ୍କୁ ଦନ୍ତା ଦଳି ଦେଇଥିଲେ।କିଛି ସମୟ ପରେ ଦନ୍ତାଟି ଦ୍ୱାରିକାନାଥ ଶୋଇଥିବା ବେଳେ ଘରେ ପଶି ତାଙ୍କୁ ଦଳି ଦେଇଥିଲା। ହାତୀକୁ କାବୁ କରିବାକୁ ପଦ୍ମପୁର ବନ ବିଭାଗ ପ୍ରୟାସ ଜାରି ରଖିଛି।

By amfnews

Related Post