Tue. Aug 25th, 2026

ତାମିଲନାଡୁ ରାଜ୍ୟପାଳ ବାନୱାରିଲାଲ ପୁରୋହିତଙ୍କୁ କରୋନା

371 Views

ଚେନ୍ନାଇ, ଅଗଷ୍ଟ ୦୨  : ସାରା ଦେଶରେ ଭୟଙ୍କର ଭାବରେ ମାଡିଚାଲିଥିବା ମହାମାରୀ କରୋନା ଭାଇରସ କବଳରେ ତାମିଲନାଡୁ ରାଜ୍ୟପାଳ ବାନୱାରିଲାଲ ପୁରୋହିତ । ରାଜ୍ୟପାଳ ବାନୱାରିଲାଲ ପୁରୋହିତଙ୍କ କରୋନା ନମୂନା ପରୀକ୍ଷଣ ରିପୋର୍ଟ ରବିବାର ଦିନ ପଜେଟିଭ ଆସିଛି । ସାମାନ୍ୟ ସଂକ୍ରମଣ ହେତୁ ତାଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତାଙ୍କୁ କାଭେରୀ ହସ୍ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ କରିବେ।

କାଭେରୀ ହସ୍ପିଟାଲ ଦ୍ୱାରା ପ୍ରକାଶିତ ସ୍ୱାସ୍ଥ୍ୟ ବୁଲେଟିନ ରେ ଦର୍ଶାଯାଇଛି ଯେ ରାଜ୍ୟପାଳଙ୍କ ଅବସ୍ଥା ବର୍ତ୍ତମାନ ସ୍ୱାଭାବିକ ଅଛି ଏବଂ ତାଙ୍କର କୌଣସି କରୋନା ଲକ୍ଷଣ ନାହିଁ । ତେବେ ସଂକ୍ରମଣ ସାମାନ୍ୟ ଥିବାରୁ ତାଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଡାକ୍ତରଖାନାର ଡାକ୍ତରୀ ଦଳ ତଦାରଖ କରିବେ ବୋଲି ଜଣାପଡିଛି ।

ଉଲ୍ଲେଖନୀୟ କଥା ହେଉଛି, କରୋନା ଭାଇରସ ବିସ୍ଫୋରଣ ଯୋଗୁଁ ତାମିଲନାଡୁ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ | ଦକ୍ଷିଣ ଭାରତର ଏହି ରାଜ୍ୟରେ ମହାମାରୀ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଧା କୋଭିଡ -19 ର ଅଢେଇ ଲକ୍ଷ ରୋଗୀ ଚିହ୍ନଟ ହୋଇସାରିଲେଣି । କେବଳ ରାଜ୍ୟର ରାଜଧାନୀ ଚେନ୍ନାଇରେ 1 ଲକ୍ଷରୁ ଅଧିକ କରୋନ ଜୀବାଣୁ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆଜି କରୋନା ପଜିଟିଭ୍ ଥିବା ଜଣାପଡିଛି ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି ।

By amfnews

Related Post