Fri. May 17th, 2024

ତାମିଲନାଡୁ ବିଧାନସଭା ପାଇଁ ଏଆଇଡିଏମ୍‌କେ ସହ ମେଣ୍ଟ ଜାରି ରଖିବ ବିଜେପି: ଜେପି ନଡ୍ଡା

By amfnews Jan 31, 2021 #Featured
90 Views

ଚେନ୍ନାଇ, ଜାନୁଆରୀ ୩୧: ତାମିଲନାଡୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଂଚଳିକ ଦଳ ଏଆଇଡିଏମ୍‌କେ ସହିତ ଭାରତୀୟ ଜନତା ପାର୍ଟିର ମେଣ୍ଟ ଜାରି ରହିବ । ବିଜେପିର ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ମଦୁରାଇରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିକ କରିବା ଅବସରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ତାମିଲାନାଡୁ ବିଧାନସଭା ନିର୍ବାଚନରେ ଏଆଇଡିଏମକେ ଓ ବିଜେପି ଏକ ହୋଇ ଲଢ଼ିବ । 

ଜେପି ନଡ୍ଡା କହିଛନ୍ତି ଯେ, ବିଜେପି ସରକାର ଦେଶର ଚାରିଆଡେ ବିକାଶ କରିଛି । ସେହିପରି କେନ୍ଦ୍ର ସରକାର ତାମିଲନାଡୁର ବିକାଶକୁ ସୁନିଶ୍ଚିତ କରିଛି । କୋଭିଡ ପରିଚାଳନା, କରୋନା ଟିକା, ସୀମା ସୁରକ୍ଷା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ତାମିଲନାଡୁର ସମସ୍ତ ସମସ୍ୟା ଦୂର ହେବ ବୋଲି ନଡ୍ଡା କହିଛନ୍ତି । 

ବିଜେପି ଓ ଏଆଇଡିଏମକେ ପୂର୍ବରୁ ମଧ୍ୟ ହାତ ମିଶାଇ ନିର୍ବାଚନ ଲଢ଼ିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲା । ଏଥିରେ ଏଆଇଡିଏମକେକୁ ବିପୁଳ ବିଜୟ ହୋଇଥିଲା । କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ କିଛି ମତାନ୍ତର ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ପରେ ରାଜନୈତିକ ଚିତ୍ର ବଦଳି ଯାଇଥିଲା । ଏଆଇଡିଏମକେରେ ଗୋଷ୍ଠୀ କନ୍ଦଳ ଦେଖାଯାଇଥିଲା । ଏହାରି ମଧ୍ୟରେ ପଲାନୀସ୍ୱାମୀଙ୍କୁ ରାଜ୍ୟର ଦାୟିତ୍ୱ ଦିଆଯାଇଥିଲା ।

By amfnews

Related Post