Tue. May 14th, 2024
565 Views

ଭୁବନେଶ୍ୱର, ୨୯.୧୨.୨୦୨୦ : ଭୁବନେଶ୍ୱରର ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୦ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ସମାଲୋଚକ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୦’ ଆଦିବାସୀ ଜନଜୀବନ ଓ ସାହିତ୍ୟ ସଂପର୍କରେ ବିଶେଷ ଗବେଷଣା ଓ ପୁସ୍ତକ ରଚନା କରିଥିବା ଯୁବ ସାହିତ୍ୟିକ ତଥା ବାଲେଶ୍ୱର ସ୍ଥିତ ଫକିରମୋହନ ବିଶ୍ୱବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟ ସୃଜନ ପୁରସ୍କାର-୨୦୨୦’ ଏବଂ ତରୁଣ ଲେଖିକା ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ସ୍କୁରସ୍କାର-୨୦୨୦’ ରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ଜୁଲି ମିଶ୍ର ଘୋଷଣା କରିଛନ୍ତି ।


ଆଜି ଏଠାରେ ଅନୁଷ୍ଠିତ ଫାଉଣ୍ଡେସନର ଏକ ବୈଠକରେ ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଚଳିତ ବର୍ଷର ପୁରସ୍କୃତ ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ବୈଠକ ପରେ ଶ୍ରୀମତି ମିଶ୍ର କହିଛନ୍ତି ଯେ, ଉପରୋକ୍ତ ତିନି ସାହିତ୍ୟକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା (ମୋଟ୍ ୧ ଲକ୍ଷ ଟଙ୍କା), ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ଏକ ନିରଡ଼ମ୍ବର କାଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଟ୍ରଷ୍ଟି ସର୍ବଶ୍ରୀ ଡ଼କ୍ଟର ତପନ କୁମାର ପଣ୍ଡା, ଡ଼କ୍ଟର ହିରଣ୍ମୟୀ ମିଶ୍ର, ଶତ୍ରୁଜିତ, ମନୋଜ ପୃଷ୍ଟି, ମନୋଜ ଭୋଇ , ଉମାକାନ୍ତ ମହାନ୍ତି, ପ୍ରକାଶ ପଣ୍ଡା ଏବଂ ପାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସୁଚନାଯୋଗ୍ୟ ଯେ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି । ୨୦୧୮ ମସିହା ପାଇଁ ବିଭୁତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ ) ‘ତପସ୍ୟା ଶାଶ୍ୱତ ପୁରସ୍କାର’ , ବିଶିଷ୍ଟ ଲେଖକ ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଯୁବ ଲେଖକ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ବାବନା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ୨୦୧୯ ମସିହା ପାଇଁ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓ ‘ ତପସ୍ୟା ସୃଜନ ପୁରସ୍କାର’ ଏବଂ ଶ୍ରୀମାନ ଡ଼ିଲେଶ୍ୱର ରଣା ‘ତପସ୍ୟା ସମ୍ଭାବନା ପୁରସ୍କାର’ ପାଇଥିଲେ ।

By amfnews

Related Post