Mon. May 20th, 2024
245 Views

ଭୁବନେଶ୍ୱର,୨୬/୭ : କରୋନା ମହାମାରୀ ଓ ଲକ୍‌ଡାଉନ୍ ଯୋଗୁଁ ଲେଖକମାନେ ଏକତ୍ର ହେବା ସମ୍ଭବ ହେଉନଥିବାବେଳେ କ୍ରମାଗତ ଭାବେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ପ୍ରୟାସରତ ତପସ୍ୟା ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର ବିଶିଷ୍ଟ କବିମାନଙ୍କୁ ନେଇ ଏକ ୱେବିନାର୍ ଆୟୋଜିତ ହୋଇଯାଇଛି। ଜୁମ୍ ଆପରେ ପରିଚାଳିତ ଦିବଂଗତ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ମୃତିରେ ‘ଶ୍ରାବଣର କବିତା’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ କବିମାନେ ଯୋଗଦେଇ ସ୍ୱରଚିତ କବିତା ପାଠ ଓ ଗୀତ ଗାନ କରିଥିଲେ।

ଏହାକୁ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ତପନ କୁମାର ପଣ୍ଡା ମୁମ୍ବଇରୁ ପରିଚାଳନା କରିଥିବାବେଳେ ଭୁବନେଶ୍ୱରରୁ ତପସ୍ୟା ପରିବାର ପକ୍ଷରୁ ଗାଳ୍ପିକା ହିରଣ୍ମୟୀ ମିଶ୍ର ଓ କବି ଶତ୍ରୁଜିତ୍ ସହାୟତା କରିଥିଲେ। ଏଥିରେ ଅତିଥି ଭାବେ ବିଶିଷ୍ଟ କବି ତଥା ଗୀତିକାର ଦେବଦାସ ଛୋଟରାୟ, ହିନ୍ଦୀ କବି ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବିନୋଦ ବର୍ମା ଓ ବିଶିଷ୍ଟ ସାମ୍ବାଦିକ ତଥା କବି ନିଧୀଶ ତ୍ୟାଗୀ ଯୋଗଦେଇଥିଲ।

କବି କେଦାର ମିଶ୍ର, ସୁରେଖା ମହାପାତ୍ର, ଚିରଶ୍ରୀ ଇନ୍ଦ୍ରସିଂ, କୃଷ୍ଣକୁମାର ମହାନ୍ତି, ସ୍ୱପ୍ନା ମିଶ୍ର, ନବଜ୍ୟୋତି ରାୟ, ମୌସୁମୀ ଦାସ, ଇପ୍ସିତା ଷଡଙ୍ଗୀ, ଶର୍ମିଷ୍ଠା ସାହୁ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ବିଜୟା ମିଶ୍ର, ଗୋପା ନାୟକ, ମୋନାଲିସା ମିଶ୍ର,ଅମୀୟ ମହାପାତ୍ର, ବିୟତପ୍ରଜ୍ଞା ତ୍ରିପାଠୀ, ରକ୍ଷକ ନାୟକ, ମନୁଆ ଦାଶ, ଡିଲେଶ୍ୱର ରଣା, ନିଖିଲେଶ ମିଶ୍ର,ପ୍ରବୀଣ କବି ପ୍ରମୁଖ କବିତା ପାଠ କରିଥିଲେ।

ଫେସବୁକରେ ଲାଇଭ ହେଉଥିବା ଏହି କାର୍ଯ୍ୟକ୍ରମରେ ଅନେକ ଦର୍ଶକ ଓ ଶ୍ରୋତା ଦେଖିଥିଲେ। ଶେଷରେ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିଥିଲେ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ପ୍ରଶାନ୍ତ କୁମାର ପଟ୍ଟନାୟକ।

By amfnews

Related Post