Fri. Jul 3rd, 2026

ତଣ୍ଟି କାଟି ଯୁବକଙ୍କୁ ହତ୍ୟା

289 Views

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବର୍ତ୍ତନା ପଞ୍ଚାୟତ ଜଳେଶ୍ବର-ପଶ୍ଚିମବାଡ଼ ରାସ୍ତାର ଗାଜିଆଣି ନିକଟରେ ଜଣେ ଯୁବକଙ୍କୁ ତଣ୍ଟି କାଟି ଓ ପେଟରେ ଛୁରୀ ଭୁସି ହତ୍ୟା କରିଯାଇଛି। ଯୁବକଜଣକ ସ୍ଥାନୀୟ ଖୁଲୁଡ଼ା ଗ୍ରାମର ଭାନୁ ଜେନାଙ୍କ ପୁଅ ବିଭୂତି ଭୂଷଣ(୪୮) ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଘଟଣାରୁ ପ୍ରକାଶ ଯେ, ଆଜି ରାତିରେ ଉକ୍ତ ରାସ୍ତାର ବାମ ପାର୍ଶ୍ବରେ ବିଭୂତିଙ୍କ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଦୋକାନୀ ଏବଂ ଗାଁର କିଛି ଯୁବକ ସେଠାରେ ପହଞ୍ଚି ଯୁବକଙ୍କ ବେକକୁ ଅତି ବୀଭତ୍ସ ଭାବେ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଏଥିସହିତ, ପେଟକୁ ମଧ୍ୟ ଛୁରୀରେ ଆଘାତ କରାଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଗୋଟିଏ ମୋବାଇଲ, ହଳେ ଜୋତା ମଧ୍ୟ ପଡ଼ିଥିବାର କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ମୋବାଇଲ ବିଭୂତି ଭୂଷଣଙ୍କର ନା ଆଉ କାହାର ତାହା ନିଶ୍ଚିତ ହୋଇନାହିଁ।

By amfnews

Related Post