Thu. Jun 11th, 2026

ଢେଙ୍କାନାଳ: ଗଛରେ ପିଟିହେଲା ବାଇକ୍‌, ଯୁବକ ମୃତ

377 Views

ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାରମୁଣ୍ଡା ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବାଏକ ଗଛରେ ପିଟି ହୋଇଯିବା ଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ପଞ୍ଚନାମା କରିଛି।
ମିଳିଥିବା ସୂଚନାଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ନିକଟସ୍ଥ ଲୁଣି ଗ୍ରାମର ନିରାକାର ପାତ୍ର(୨୫ ବର୍ଷ) ଗତକାଲି ରାଖିପୂର୍ଣ୍ଣିମା ଅବସରରେ ନିଜ ଶ୍ୱଶୁର ଘର ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମକୁ ଯାଇଥିଲେ।

ସେଠାରେ ରାତିରେ ରହି ଆଜି ସକାଳୁ ବାଇକ୍‌ ଧରି ନିଜ ଗାଁ ଲୁଣିକୁ ଫେରୁଥିବା ବେଳେ ଖମାରମୁଣ୍ଡା ନିକଟରେ ଏ ରାସ୍ତାକଡ଼ ଗଛରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ନିରାକାରଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଳଧୀନ ଅବସ୍ଥାରେ ନିରାକାରଙ୍କର ମୃତ୍ୟୁ ଘଟିଛି। ଖବରପାଇ ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିିଛନ୍ତି।

By amfnews

Related Post