Sun. Oct 18th, 2026

ଡ୍ୟାନିଙ୍କ ନୂଆ ଜୀବନସାଥୀ ହେଲେ ଝିଲିକ୍‌!

278 Views

ଭୁବନେଶ୍ବର : ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ସାବ୍ୟସ୍ତ ହୋଇଛି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି) ଆଜି ନୂଆ ଜୀବନସାଥୀ ଭାବେ ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି। ଦୁହେଁ ରାଜସ୍ଥାନର ଜୟପୁର ସହରରେ ବିବାହ କରିଥିବା ଜଣାପଡ଼ିଛି। କିଛି ଖାସ୍‌ ବନ୍ଧୁଙ୍କ ଗହଣରେ ଡ୍ୟାନି ଝିଲିକ୍‌ଙ୍କୁ ବିବାହ କରିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ହେଲେ ଏହି ବିବାହକୁ ଡ୍ୟାନି କି ତାଙ୍କର ଅତି ବିଶ୍ବସ୍ତ ଲୋକମାନେ ସ୍ବୀକାର କରିନାହାନ୍ତି। ଅପରପକ୍ଷେ ଡ୍ୟାନିଙ୍କର କିଛି ଖାସ୍ ସହଯୋଗୀ କହିଛନ୍ତି ଯେ, ଆଜି ନିର୍ବନ୍ଧ ହୋଇଛି, ଖୁବ୍‌ ଶୀଘ୍ର ବାହାଘର ହେବ। ତେବେ ‘ସମ୍ବାଦ’କୁ ମିଳିଥିବା କିଛି ଫଟୋ ଓ ଭିଡିଓରେ ଡ୍ୟାନି ଧଳା ରଙ୍ଗର ସେରୱାନି ପିନ୍ଧିଥିବାବେଳେ ଝିଲିକ୍ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ନୂ୍ଆ ଜୀବନକୁ ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଏପରିକି ଝିଲିକ୍ ଓ ଡ୍ୟାନି ଏବଂ ସେଠାରେ ଉପସ୍ଥିତ କିଛି ଲୋକଙ୍କ ହାତ ଧରି ହିନ୍ଦୀ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଛି। ଝିଲିକ୍‌ଙ୍କ ବେକରେ କିଛି ରଜନୀଗନ୍ଧା ଫୁଲମାଳ ପଡ଼ିଥିବାବେଳେ ଡ୍ୟାନି କିଛି ମାଳ ପିନ୍ଧିନାହାନ୍ତି।

By amfnews

Related Post