Wed. Sep 23rd, 2026

ଡ୍ରାଫ୍ଟ ନିୟମ ବିରୋଧରେ ଔଷଧ ଦୋକାନ ବନ୍ଦ।

352 Views

ଅନ ଲାଇନ ବ୍ୟବସାୟ ମାଧ୍ୟମରେ ବିଦେଶୀ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ପ୍ରକ୍ରିୟାକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଔଷଧ ଦୋକାନ ବନ୍ଦ କରିଛନ୍ତି ବ୍ୟବସାୟୀ।
ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ନିୟମକୁ ସଂଶୋଧନ କରିବା ସହ ଉଚିତ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ।
କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବ୍ୟବସାୟୀ ସଂଘ ମାନେ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି।ସେହିପରି ଶୁକ୍ରବାର ଦିନ ଜିଲ୍ଲାର ସମସ୍ତ ଔଷଧ ଦୋକାନ ଗତକାଲି ମଧ୍ୟରାତ୍ର ୧୨ ଟାରୁ ବନ୍ଦ ରହିଛି।
ଏହା ଦ୍ୱାରା ଓଡ଼ିଶାର ୧୮ ହଜାର ବ୍ୟବସାୟୀ  ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଇ ଫାର୍ମାସୀ ବ୍ୟବସ୍ଥା ଲାଗୁ ହେଲେ ଔଷଧର ମାନ ହ୍ରାସ ପାଇବ।ଜିଲ୍ଲାରେ ହୋଲ ସେଲର ଏବଂ ରିଟେଲର ମିଶାଇ ୧୩୨ ଟା ଔଷଧ ଦୋକାନ ବନ୍ଦ ଥିବା ଡ୍ରଗ ଇନସ୍ପେକ୍ଟର ଦିଲିପ କୁମାର ଜେନା କହିଛନ୍ତି।

By amfnews

Related Post