Thu. Jun 11th, 2026

ଡେଡ୍‌ଲାଇନ୍ ଭୟ; ଆରଟିଓ ଅଫିସ୍‌ରେ ଠେଲାପେଲା, ବଳ କଷାକଷି

228 Views

ଭୁବନେଶ୍ୱର : ଟ୍ରାଫିକ୍ ନିୟମ କୋହଳର ଡେଡ୍‌ଲାଇନ୍‌ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ  ଡେଡ୍‌ଲାଇନ ଯେତିକି ପାଖଉଛି, ଭିଡ଼ର ଆକାର ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ OSRTC କାର୍ଯ୍ୟାଳୟ ବାହାରେ ଲୋକେ ଗତକାଲି ରାତି କାଟିଛନ୍ତି। ଅସମ୍ଭାଳ ଭିଡ଼ ହେଉଥିବାରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାକୁ ଲୋକେ ଛାନିଆ ହୋଇପଡ଼ିଛନ୍ତି।

ରାଜଧାନୀ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମିଛି। ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରସନ ସମେତ ଅନ୍ୟ କାଗଜପତ୍ର ଠିକ୍ କରିବା ଲାଗି ହାତରେ ଆଉ ମାତ୍ର ୨ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଠେଲାପେଲା, ବଳ କଷାକଷି ଚାଲିଛି। ଆରଟିଓ ଅଫିସ ଦିନ ୧୦ଟାରେ ଖୋଲୁଥିଲେ ବି ପୂର୍ବରୁ ସ୍ଲଟ୍ ବୁକିଂ କରିଥିବା ଆବେଦନକାରୀ ଭୋର ୪ଟାରୁ ଲାଇନ୍‌ ଲଗାଉଛନ୍ତି।

By amfnews

Related Post