Sun. Sep 27th, 2026

ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର

254 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ଥିବା ଭଉଣୀର ବୟସ ୨ ବର୍ଷ ହୋଇଥିବା ବେଳେ ଭାଇର ବୟସ ୮ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳେ ଭାଇ-ଭଉଣୀକୁ ତାଙ୍କ ବାପାମା’ ଏକ ଘରେ  କମ୍ୱଳ ଘୋଡ଼ାଇ ଶୁଆଇ ଦେଇ  ଇଟାଭାଟିକୁ କାମ କରିବାକୁ ଚାଲି ଯାଇଥିଲେ। ଏହି ସମୟରେ ଡିବିରିର ନିଆଁ କମ୍ୱଳକୁ ଲାଗି ଯାଇଥିଲା। ଘରେ କେହି ନଥିବାରୁ ନିଆଁ ଲାଗିବା  ଦେଖି ପାରି ନଥିଲେ। ଶିଶୁଦ୍ୱୟ ନିଆଁରେ ପୋଡ଼ି ହୋଇ ଜଳନ୍ତା ଅବସ୍ଥାରେ ବାହାରକୁ ଆସିବାରୁ ପଡ଼ୋଶୀ ଲୋକେ ଦେଖି ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁ ଦ୍ୱୟଙ୍କ ଶରୀର ବହୁ ମାତ୍ରାରେ ଜଳି ଯାଇଥିବା ଡାକ୍ତର କହିଛନ୍ତି।

By amfnews

Related Post