Wed. Sep 30th, 2026
223 Views

କୋରାପୁଟ : କୋରାପୁଟ ସହରର ବସ୍‌ଷ୍ଟାଣ୍ଡରେ ଥିବା ଏକ ହୋମିଓପାଥି କ୍ଲିନିକ୍‌ ଉପରେ ପୁଲିସ୍ ଚଢ଼ଉ କରି ବହୁ ନିଶା ଔଷଧ ଜବତ କରିଛି। ଏଥିସହ ଏହି କ୍ଲିନିକ୍‌ର ଡାକ୍ତରଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ପ୍ରସନ୍ନ ମହାପାତ୍ର।

ସେ ଦୀର୍ଘ ଦିନ ଧରି ତାଙ୍କ କ୍ଲିନିକ୍‌ରେ ନିଶା ଔଷଧ ବିକ୍ରି କରୁଥିବା ନେଇ ସ୍ଥାନୀୟ କିଛି ଯୁବକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଗତକାଲି ତାଙ୍କ କ୍ଲିନିକ୍‌ ଓ ଘରେ ଚଢ଼ଉ କରିଥିଲା।

ଏ ଘଟଣା ନେଇ କୋରାପୁଟ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

By amfnews

Related Post