Tue. Oct 13th, 2026

ଡାକ୍ତରଖାନାରୁ ନେଇ ଆସି ଗୁଣିଆର ସାହାଯ୍ୟ ନେଉଛନ୍ତି

348 Views

ତେଲକୋଇ  :   ଡାକ୍ତରୀ ଚିକିତ୍ସା ଛାଡ଼ି ରୋଗୀଙ୍କୁ ଭଲ କରିବାକୁ ନିଆଯାଉଛି ଗୁଣିଗାରେଡ଼ିର ସାହାଯ୍ୟ। ଏଭଳି ଏକ ଚିତ୍ର କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଚଳରେ ଦେଖିବାକୁ ମିଳିଛି।

ବାଂଶପାଳ ବ୍ଲକ୍‌ର ଉପର କାଦକଳା ଗାଁର ସୂର୍ଯ୍ୟ ମୁଣ୍ଡା ନାମ୍ନୀ ମହିଳାଙ୍କୁ ୩ ଦିନ ତଳେ ଜ୍ୱର ହୋଇଥିଲା।  ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତେବେ ଜ୍ୱର ଭଲ ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲେ।

ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ସେମାନଙ୍କୁ ଗତକାଲି ପାହଡ଼ ତଳେ ଛାଡ଼ି ପଳାଇଥିଲା। ଏକ ଭାରରେ ସେମାନେ ସୂର୍ଯ୍ୟଙ୍କୁ ବୋହି ଗାଁକୁ ନେଇଥିଲେ। ଏହାପରେ ପରିବାର ଲୋକେ ଗୁଣିଆକୁ ଡାକି ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି।

By amfnews

Related Post