Sat. Oct 3rd, 2026

ଡମପଡ଼ା-ଚନ୍ଦକା ଅଭୟାରଣ୍ୟରୁ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

464 Views

ବାଙ୍କୀ: ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ଶିକାର ପାଇଁ ଯାଇଥିବା ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କେରଙ୍ଗ ଗ୍ରାମର ସଫରଦ ଖାଁ ନାମକ ଜଣେ ଶିକାରୀ ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ବେଆଇନ୍ ଶିକାର କରିବା ଲାଗି ଗତକାଲି ଯାଇଥିଲେ। ସଫରଦ ଖାଁ ନିଜ ସାଙ୍ଗରେ ବନ୍ଧୁକ , ଗୁଳି ଓ ସର୍ଚ୍ଚ ଲାଇଟ ଧରି ସେଠାରେ ପ୍ରାଣୀ ସନ୍ଧାନ କରୁଥିଲେ।
କୌଣସି ସୂତ୍ରରୁ ବନ ବିଭାଗ ଏକଥା ଜାଣିବା ପରେ ସଫରଦ ଖାଁଙ୍କୁ ଗିରଫ କରିଥିଲା। ଡମପଡ଼ା ବନ ବିଭାଗର କର୍ମଚାରୀ ଗିରଫ କରିଥିବା ନେଇ ରେଞ୍ଜର ସଂଗ୍ରାମ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ସଫରଦ ଖାଁଙ୍କ ଠାରୁ ବନ୍ଧୁକ ଦୁଇ ଗୋଟି ଅଫୁଟା ଗୁଳି ଓ ସର୍ଚ୍ଚ ଲାଇଟ ଜବତ କରାଯାଇଥିବା ସେ କହିଛନ୍ତି। ଏନେଇ ଅଧିକ ତଦନ୍ତ କରୁଛି ବନ ବିଭାଗ। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post