Fri. Jul 3rd, 2026

ଟ୍ରେନ୍ ଡ୍ରାଇଭରଙ୍କ ମାନବିକତା; ଟ୍ରେନ୍ ଅଟକାଇ ଆହତ ବ୍ୟକ୍ତିଙ୍କୁ ମେଡିକାଲ୍‌ ପଠାଇଲେ

308 Views

ବାରିପଦା :  ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର। ଟ୍ରେନ୍ ଅଟକାଇଲେ ଏବଂ ଟ୍ରେନ୍‌ରେ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇଲେ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ଆହତ ଜଣଙ୍କ ହେଲେ ଚିତ୍ତରଞ୍ଜନ ହାତୀ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ବାରିପଦା-ବାଲେଶ୍ୱର ଡିଏମ୍‌ୟୁ ଟ୍ରେନ୍‌ ଭଞ୍ଜପୁର ଷ୍ଟେସନରୁ ଛାଡ଼ିଥିଲା ଓ  ବାରିପଦା ଷ୍ଟେସନ ଅଭିମୁଖେ ଆସୁଥିଲା। ଏହି ସମୟରେ ଚିତ୍ତରଞ୍ଜନ ଟ୍ରେନ୍ ହାବୁଡ଼ରେ ପଡ଼ି ଯାଇଥିଲେ। ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍ ଡ୍ରାଇଭର ଏହା ଜାଣିପାରି ଥିଲେ ଓ ଟ୍ରେନକୁ ଅଟକାଇ ଥିଲେ। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଚିତ୍ତଙ୍କୁ ସେ ଉଦ୍ଧାର କରିଥିଲେ ଓ ଟ୍ରେନ୍‌ରେ ତାଙ୍କୁ ବାରିପଦା ଷ୍ଟେସନ୍‌କୁ ଆଣିଥିଲେ। ସେଠାରୁ ଚିତ୍ତରଞ୍ଜନଙ୍କୁ ବାରିପଦା ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା।

ଟ୍ରେନ୍‌ ଧକ୍କାରେ ଚିତ୍ତରଞ୍ଜନଙ୍କର ଆଣ୍ଠୁ ପାଖରୁ ଦୁଇ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ କଟି ଯାଇଛି। ଟ୍ରେନ୍ ଡ୍ରାଇଭର ଘଟଣାସ୍ଥଳରୁ ଗୋଟିଏ ଗୋଡ଼କୁ ମଧ୍ୟ ଧରି ଆସିଥିଲେ ଓ ଡାକ୍ତରଖାନା ପଠାଇଥିଲେ। ଅନ୍ୟ ଗୋଡ଼ଟି ମିଳି ନ ଥିଲା। ଚିତ୍ତଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ଡାକ୍ତର ବିଜୟ ନାରାୟଣ ରାଉତ କହିଛନ୍ତି,“ରୋଗୀର ଅବସ୍ଥା ଗୁରୁତର ରହିଛି। ତାର ଦୁଇଟି ଗୋଡ଼ କଟି ଯାଇଛି। ତାଙ୍କର କ’ଣ ହେବ କିଛି କହିହେବ ନାହିଁ।”

By amfnews

Related Post