Sun. Sep 27th, 2026

ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବର୍ତ୍ତିଗଲେ ହାତୀପଲ

287 Views

ଆଠଗଡ଼  : ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଗଲା ଏକ ବଡ଼ ଅଘଟଣ। ଅଳ୍ପକେ ବଞ୍ଚିଗଲେ ହାତୀପଲ। ଏହି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ରେ। ସୂଚନା ଅନୁଯାୟୀ, ଗତକାଲି ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟରେ ଏକ ହାତୀପଲ ରେଳଲାଇନ ପାର ହେଉଥିଲେ। ଏହି ପଲରେ ୨୦ରୁ ଅଧିକ ହାତୀ ଥିଲେ। ଏହି ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା। ଟ୍ରେନ୍ ଡ୍ରାଇଭରଙ୍କର ହାଠାତ୍ ହାତ ପଲଙ୍କ ନଜର ପଡ଼ିଯାଇଥିଲା। ସଙ୍ଗେ ସଙ୍ଗେ ସେ ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ତା’ପରେ ହାତୀପଲ ରେଳଲାଇନ୍ ଅତିକ୍ରମ କରିବାର ଦୃଶ୍ୟକୁ ନିଜ ମୋବାଇଲ୍‌ରେ ଉତ୍ତୋଳନ କରିଥିଲେ।

By amfnews

Related Post