Wed. Sep 23rd, 2026

ଟ୍ରେନ୍‌ର ଏସ ବଗି ଭିତରେ ପୂର୍ବତନ ବିଜେପି ବିଧାୟକଙ୍କୁ ଗୁଳି କରି ହତ୍ୟା

320 Views

ଅହମ୍ମଦାବାଦ: ଗୁଜୁରାଟ ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ଅତି ନିର୍ମମଭାବେ ଗୁଳି କରି ହତ୍ୟା କରାଯାଇଛି। ଶ୍ରୀ ଭାନୁଶାଳୀ ସାୟାଜୀ ନଗର ଏକ୍‌ସପ୍ରେସ ଟ୍ରେନର ଏକ ପ୍ରଥମ ଶ୍ରେଣୀ ଏସି ବଗିରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଛାତି ଓ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ରାତିରେ ଅଜଣା ଆତତାୟୀଙ୍କ ଗୁଳିରେ ଶ୍ରୀ ଭାନୁଶାଳୀଙ୍କର ମୃତ୍ୟୁ ଘଟିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ଶ୍ରୀ ଭାନୁଶାଳୀ ସାୟାଜୀ ନଗର ଏକ୍ସପ୍ରେସ ଯୋଗେ ଭୁଜ୍‌ରୁ ଅହମ୍ମଦାବାଦ ଆସୁଥିଲେ। ତେବେ କଟରିଆ ଓ ସୁରୁବାରି ରେଲେଓ୍ଵ ଷ୍ଟେସନ ମଧ୍ୟରେ ଅଜଣା ଆତତାୟୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଗୁଳି ତାଙ୍କ ଛାତିକୁ ବିଦ୍ଧ କରିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ଆଖି ଭିତରେ ପଶି ବାହାରି ଯାଇଛି। ଶ୍ରୀ ଭାନୁଶାଳୀଙ୍କୁ ଟ୍ରେନ୍‌ ଏସି ବଗି ଭିତରେ ହତ୍ୟା କରାଯାଇଥିିବା ଜଣାପଡ଼ିବା ପରେ ମାଲିୟା ଷ୍ଟେସନ୍‌ରେ ଟ୍ରେନ୍‌କୁ ପ୍ରାୟ ୨ ଘଣ୍ଟା ଅଟକ ରଖାଯାଇ ତାଙ୍କ ମୃତଦେହକୁ ସେଥିରୁ କଢ଼ାଯାଇଥିଲା।ଏ ସମ୍ପର୍କରେ ଶ୍ରୀ ଭାନୁଶାଳୀଙ୍କ ପରିବାରକୁ ଅବଗତ କରାଯାଇଥିବା ପୁଲିସ ଓ ରେଳବାଇ ବିଭଗ ପକ୍ଷରୁ କୁହାଯାଇଛି।


ସୂଚନାଯୋଗ୍ୟ ଯେ ଗତବର୍ଷ ଏହି ପୂର୍ବତନ ବିଧାୟକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହା ଭିତ୍ତିହୀନ ଓ ତାଙ୍କ ଛବି ଖରାପ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ଶ୍ରୀ ଭାନୁଶାଳୀ କହିଥିଲେ। ଏପରିକି ଅଭିଯୋଗକାରିଣୀ ମଧ୍ୟ ଏହି ଅଭିଯୋଗ କରିବା ପରେ ଆଉ ଧରାଛୁଆଁ ଦେଇ ନ ଥିବା ପୁଲିସ କହିଥିଲା।

By amfnews

Related Post