Wed. Oct 7th, 2026

ଟ୍ରେନରେ ଯାତ୍ରୀମାନଙ୍କର କପଡ଼ା ଉତାରି ମାରପିଟ କରୁଥିବା କିନ୍ନରର ଭିଡିଓ ଭାଇରାଲ୍‌ , ଏତଲା ଦେବାକୁ ରେଳବାଇର ନିବେଦନ

251 Views

ମୁମ୍ବାଇ:କିଛି ଦିନ ତଳେ ଏକ ଲମ୍ବା ଯାତ୍ରା କରୁଥିବା ଟ୍ରେନରେ ଜଣେ କିନ୍ନର ଯାତ୍ରୀମାନଙ୍କର କପଡ଼ା ଉତାରି ମାରପିଟ କରୁଥିବା ଓ ସେମାନଙ୍କଠାରୁ ପଇସା ଲୁଟୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡିଓ ବି ଭାଇରାଲ୍‌ ହୋଇଥିଲା। ଏବେ ମଧ୍ୟ ରେଳବାଇ ସେହି ପୀଡିତ ଯାତ୍ରୀମାନଙ୍କୁ ଉକ୍ତ ଅଭିଯୁକ୍ତ କିନ୍ନରଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ନିବେଦନ କରିଛି। ଏହି ଅଭିଯୋଗ ମିଳିବା ମାତ୍ରେ ଉକ୍ତ କିନ୍ନର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଭିଡିଓରୁ ଜଣାଯାଇଛି ଯେ ସେହି କିନ୍ନରର ନାମ ହେଲା ସୋନାଲି ଟିନା, ଯାହାର ବୟସ ୨୫ବର୍ଷ,ଏହି ଭିଡିଓକୁ ପାଖରେ ବସିଥିବା ଜଣେ ଯାତ୍ରୀ ରେକର୍ଡ କରି ଭାଇରାଲ୍‌ କରିଥିଲେ। ସୋନାଲି ଟିନା ମୁମ୍ବାଇର କଲ୍ୟାଣର ସୂଚକନାକା ଅଞ୍ଚଳରେ ରହେ। ସୋନାଲିକୁ ଆଗରୁ ମଧ୍ୟ ରେଳବାଇ ପୁଲିସ ଭିନ୍ନ ଭିନ୍ନ ମାମଲାରେ ଗିରଫ କରିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୭ରୁ ୨୦୧୮ ମଧ୍ୟରେ ସୋନାଲ ୬ ଥର ଗିରଫ ହୋଇଛି। କିନ୍ତୁ ତା’ବିରୁଦ୍ଧରେ କୌଣସି ଅପରାଧିକ ମାମଲା ଦାୟର ନ ହେବା କାରଣରୁ ସୋନାଲି ଖସିଯାଇଛି।

By amfnews

Related Post