Sat. Apr 25th, 2026

ଟ୍ରାଫିକ୍‌ ପୁଲିସ୍‌ ଗାଡ଼ି ଅଟକାଇଲା, ହୃଦ୍‌ଘାତରେ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

261 Views

ନୋଇଡ଼ା: ଟ୍ରାଫିକ୍‌ ପୁଲିସ୍‌ ଗାଡ଼ି ରୋକି ପଚରାଉଚରା କରିବା ସମୟରେ ହୃଦ୍‌ଘାତରେ ନୋଇଡ଼ାର ଜଣେ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିିଛି। ରବିବାର ସଂଧ୍ୟାରେ ଗଜିଆବାଦ୍‌ରେ ଏପରି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ମୃତକ ଜଣକ ଏକ ସପ୍ଟଓ୍ଵୟାର୍‌ କମ୍ପାନିରେ କାମ କରୁଥିଲେ।

ସପ୍ଟଓ୍ଵୟାର୍‌ କମ୍ପାନିରେ କାମ କରୁଥିବା ଏହି ବ୍ୟକ୍ତି ଜଣଙ୍କର ମଧୁମେହ ଥିଲା। ସେ ତାଙ୍କ ବାପାମାଆଙ୍କୁ ନିଜ ଗାଡ଼ିରେ ବସେଇ ଯାଉଥିବା ବେଳେ ଗଜିଆବାଦ୍‌ର ସିଆଇଏସ୍‌ଏଫ୍‌ କଟ୍‌ ନିକଟରେ ସଂଧ୍ୟା ପ୍ରାୟ ୬ଟା ବେଳକୁ ଟ୍ରାଫିକ୍‌ ପୁଲିସ୍‌ ଅଟକାଇ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିଥିଲା। ସେହି ସମୟରେ ବ୍ୟକ୍ତି ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଟ୍ରାଫିକ୍‌ ପୁଲିସ୍‌ ଗାଡ଼ି ଭିତରେ ବସିଥିବା ବ୍ୟକ୍ତିଙ୍କ ବୃଦ୍ଧ ବାପାଙ୍କ ସହ ଖରାପ ବ୍ୟବହାର ଦେଖାଇଥିଲା। ଟ୍ରାଫିକ୍‌ର ମନ୍ଦ ଆଚରଣ ବିଷୟରେ ଅଭିଯୋଗ ଆଣିଛନ୍ତିି ମୃତକଙ୍କ ୬୪ ବର୍ଷିଅ ବାପା। ସେ ଅଭିଯୋଗ ଆଣି କହିଛନ୍ତି ଯେ ଯଦି କିଛି ନିୟମ ବଦଳିଛି ତେବେ ତାହାକୁ ଶାନ୍ତିଶୃଙ୍ଖଳାର ସହ ମନାଯାଇପାରିବ। ତାମାନେ ନୁହେଁ ଯେ ରୁକ୍ଷ ବ୍ୟବହାର ଦେଖାଇ ଯାହାର ନାହିଁ ତାହାର ଗାଡ଼ିକୁ ଘୋଷାରିକି ନେଇଯିବ।

ଏହା କୌଣସି ସ୍ପିଡ୍‌ ଡ୍ରାଇଭିଂ କିମ୍ବା ମଦ ପିଇ ଗାଡ଼ି ଚଳାଇବା ଘଟଣା ନୁହେଁ। କାଗଜପତ୍ର ଦେଖାଇବା ପାଇଁ ଭଦ୍ରାମିର ସହ ବି କହି ହୋଇଥାନ୍ତା। ଦୁଇ ଜଣ ବରିଷ୍ଠ ନାଗରିକ ବସିଥିବା ଅବସ୍ଥାରେ ପୁଲିସ୍‌ ଲାଠି ଚାର୍ଜ କରିବା କେଉଠିକାର ନିୟମ ବୋଲି ବୃଦ୍ଧ ଜଣକ ଅଭିଯୋଗ ଆଣି କହିଛନ୍ତି।

By amfnews

Related Post