Sat. Sep 26th, 2026

ଟ୍ରାନ୍‌ସ୍‌ଫରମର ଫ୍ୟୁଜ ବାନ୍ଧୁଥିବା ବେଳେ ଜଳିଗଲେ ଠିକା କର୍ମଚାରୀ

367 Views

ଝାରସୁଗୁଡ଼ା, ଡିସେମ୍ବର ୩: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲିି ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଫ୍ୟୁଜ୍‌ ବାନ୍ଧୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତଦେହ ଟ୍ରାନ୍ସଫରମର ଦେହରେ ଲାଖିି ରହିଛି। ଖବର ପାଇ ବିଦ୍ୟୁତ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲିି ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଥିବା ଟ୍ରାନ୍‌ସଫରମରର ଫ୍ୟୁଜ୍‌ କଟି ଯାଇଥିଲା। ଏହି ଫ୍ୟୁଜ୍‌କୁୁ ବାନ୍ଧିିବା ପାଇଁ ଆଉଟ୍‌ ସୋର୍ସିଂ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କାହ୍ନଚରଣ ସାହୁ (୩୦ବର୍ଷ) ଟ୍ରାନ୍ସଫରମର ଉପରକୁ ଚଢ଼ିଥିଲେ।

ଏହି ସମୟରେ ଆକସ୍ମିକ ଭାବେ ବିଦ୍ୟୁତ ସଂସ୍ପର୍ଶରେ ଶ୍ରୀ ସାହୁ ଆସିଯାଇଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ସେ ସେଠାରେ ଲାଖି ରହିବା ସହିତ ଜଳି ଯାଇ ମୃତ୍ୟୁବରଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଆଉଟ୍‌ସୋର୍ସିଂ ଠିକା କର୍ମଚାରୀ ଶ୍ରୀ ସାହୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି।

By amfnews

Related Post