Mon. Oct 5th, 2026

ଟ୍ରମ୍ପଙ୍କ ବୟାନ ପାଇଁ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

248 Views

ନୂଆଦିଲ୍ଲୀ: କଶ୍ମୀର ସମସ୍ୟା ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ନିବେଦନ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏହାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ତଥା ୱାୟନାଡ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ମୋଦି ମଧ୍ୟସ୍ଥତା କରିବାକୁ ଆମେରିକାକୁ କହିଥିବା ଟ୍ରମ୍ପ କହୁଛନ୍ତି। ଯଦି ଏହା ସତ, ତା’ହେଲେ ମୋଦି ଦେଶବାସୀ ଓ ୧୯୭୨ ଶିମଲା ଚୁକ୍ତି ସହ ଧୋକା କରିଛନ୍ତି। ଏ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀଙ୍କ ଦୁର୍ବଳ ବୟାନ ଯଥେଷ୍ଟ ନୁହେଁ। ମୋଦି ଦେଶବାସୀଙ୍କୁ ଟ୍ରମ୍ପଙ୍କ ସହ ହୋଇଥିବା ବୈଠକ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ।”

By amfnews

Related Post