Sat. Sep 26th, 2026

ଟ୍ରମ୍ପଙ୍କ ଆଗ୍ରା ଗସ୍ତ ପାଇଁ ସୁରକ୍ଷା ଟିମ୍‌ରେ ୫ ହନୁ ମାଙ୍କଡ଼

199 Views

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବାର ଅଛି। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ।

ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। ଟ୍ରମ୍ପ ଏବଂ ତାଙ୍କ ପରିବାର ସୁରକ୍ଷା ପାଇଁ ଆମେରିକାନ ସିକ୍ରେଟ୍‌ ସର୍ଭିସ୍‌, ଅର୍ଦ୍ଧସାମରିକ ବାହିନୀର ୧୦ କମ୍ପାନୀ ଫୋର୍ସ, ୧୦ କମ୍ପାନୀ ପିଏସି ଏବଂ ଏନ୍‌ଏସ୍‌ଜି କମାଣ୍ଡୋ ନିୟୋଜିତ ହେବେ। ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ଗସ୍ତ ପାଇଁ ଏଏସ୍‌ଆଇ ପ୍ରଥମ ଥର ପାଇଁ ସମ୍ରାଟ୍‌ ଶାହଜାହାନ୍‌ ଏବଂ ତାଙ୍କ ପତ୍ନୀ ମୁମତାଜ୍‌ଙ୍କ ସମାଧିର ପ୍ରତିରୂପରେ କାଦୁଅ ପ୍ରଲେପନ କରାଯାଇଛି।

By amfnews

Related Post