Tue. Aug 18th, 2026

ଟ୍ରକ୍ ଛାତ ଉପରେ ବସି ରାତିରେ ଆସୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ

213 Views

ନୂଆପଡ଼ା: ଦେଶରେ ଲକଡାଉନ ଜାରି ରହିଛି। ପଞ୍ଜିକରଣ କରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଆଣୁଛନ୍ତି । ହେଲେ ଯାତ୍ରୀ ଯାନବାହନ ଚଳାଚଳ ବନ୍ଦ ରହିଛି। କିନ୍ତୁ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ଜୀବନ କୁ ବାଜି ଲଗାଇ ମାଲବାହୀ ଟ୍ରକ ଉପରେ ଚଢ଼ି ଘରକୁ ଫେରୁଛନ୍ତି।

ଅନ୍ୟ ରାଜ୍ୟରେ ଥିବା ଶ୍ରମିକମାନେ ନିଜ ଗାଁକୁ ଫେରିବା ନେଇ ନିୟମ ଲାଗୁ ହେବା ପରେ ଗତରାତ୍ରିରେ ମହାରାଷ୍ଟ୍ରର ନାଗପୁରରେ କାମ କରୁଥିବା ଶତାଧିକ ଶ୍ରମିକ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ନାଗପୁରରୁ ଚାଲି ଚାଲି ଆସୁଥିଲେ। ପରେ ଦୁଇଟି ଟ୍ରକ୍ ଛାତ ଉପରେ ବସି ଅସୁରକ୍ଷିତ ଅବସ୍ଥାରେ ଗାଁ ମୁହାଁ ହୋଇଛନ୍ତି । ସେମାନେ ନୂଆପଡ଼ା-ଛତିଶଗଡ଼ ସିମାନ୍ତବର୍ତ୍ତୀ ଅଞ୍ଚଳ ଖରିଆର ରୋଡଠାରେ ପହଞ୍ଚିଥିଲେ ।

ଏହି ଶ୍ରମିକମାନେ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ,ବଙ୍ଗୋମୁଣ୍ଡା ଭଳି ବିଭିନ୍ନ ବ୍ଲକକୁ ଯିବେ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଜିଲ୍ଲାକୁ ଏମାନେ ପ୍ରବେଶ କରୁଛନ୍ତି। ଏହା ନୂଆପଡ଼ା ଜିଲ୍ଲାପାଇଁ ବିପଦ ବୋଲି କୁହାଯାଉଛି।

By amfnews

Related Post