Wed. Jul 29th, 2026

ଟ୍ରକ୍‌ ପଛରେ ମିନିଟ୍ରକ୍‌ ଧକ୍କା: ଦୁଇ ମୃତ

298 Views

ଖୋର୍ଦ୍ଧା, ନଭେମ୍ବର ୧୪: ବୁଧବାର ପାହାନ୍ତାରେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଚାନ୍ଦପୁର ବାଇପାସ୍‌ ଠାରେ ଗୋଟିଏ ମାଲ୍‌ ବୋଝେଇ ଟ୍ରକ୍‌ ପଛରେ ଅନ୍ୟ ଗୋଟାଏ ମିନିଟ୍ରକ୍‌ ଧକ୍କା ଖାଇବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟନାର ପ୍ରଭାବରେ ମିନିଟ୍ରକ୍‌ର ଡ୍ରାଇଭର୍‌ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାତି ପ୍ରାୟ ୩ଟା ବେଳେ ମାଲ୍‌ ନେଇ ଯାଉଥିବା ଏକ ବଡ଼ ଆନ୍ଧ୍ର ଟ୍ରକ୍‌ ରାସ୍ତାରେ ହଠାତ୍‌ କୌଣସି କାରଣରୁ ବ୍ରେକ୍‌ କଷି ଦେବାରୁ ତା’ ପଛରେ ଆସୁଥିବା ମିନିଟ୍ରକ୍‌ଟି ଧକ୍କା ଖାଇଥିଲା। ଫଳରେ ମିନିଟ୍ରକ୍‌ରେ ଥିବା ଦୁଇ ଜଣ ଶ୍ରମିକଙ୍କର ଘଟନାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଜେସିବି ସହାୟତାରେ ଧକ୍କାଖାଇ ନଷ୍ଟ ହୋଇଯାଇଥିବା ମିନିଟ୍ରକ୍‌ ଭିତରୁ ମୃତ ଶ୍ରମିକମାନଙ୍କ ଶବ ଉଦ୍ଧାର କରିଥିଲେ। ଡ୍ରାଇଭରର ଅବସ୍ଥା ଅତି ସଙ୍କଟଜନକ ଥିବାରୁ ତାଙ୍କୁ ଚାନ୍ଦପୁର ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।

By amfnews

Related Post